BREAKING
Loading...
:

ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

 ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ମଧୁବନ ମିନି ଷ୍ଟାଡିୟମରେ ସ୍ପୋର୍ଟ୍ସ ଆସୋସିଏସନ ଖଣ୍ଡପଡ଼ା ଆନୁକୂଲ୍ୟରେ ଷଷ୍ଠ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ରଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଯାଇଅଛି। ଉଦଘାଟନୀ ସମାରୋହରେ ନୟାଗଡ଼ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ମୂଖ୍ୟଅତିଥୀ ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ସେହିଭଳି ସ୍ବର୍ଗୀୟ ମହେନ୍ଦ୍ର ସ୍ୱାଇଁ ଙ୍କ ସୁପୁତ୍ର ତଥା ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ସ୍ବତନ୍ତ୍ରଅତିଥୀ ଭାବେ ଯୋଗଦେଇ ଖେଳାଳି ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥିଭାବେ ଦଶପଲ୍ଲାର ବରିଷ୍ଠ ବିଜେପି ନେତା ରାଘବ ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟା ଉଜ୍ଜଳ ମହାରଣା, ଜିଲ୍ଲା ସାଂସଦଙ୍କ ପ୍ରତିନିଧି ଗୟାଧର ପରିଡ଼ା, ଯୁବ ସମାଜସେବୀ ଚିତ୍ତରଞ୍ଜନ ମିଶ୍ର, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଅଖିଳ କୁମାର ମହାରଣା, ପଣ୍ଡିତ ମନୋଜ ମିଶ୍ର, ବରିଷ୍ଠ ସାମ୍ବାଦିକ ବିନାୟକ ମିଶ୍ର ପ୍ରମୁଖ ମଂଚାଷୀନ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଦିବସରେ ଜଟଣୀ ଉତ୍କଳ କ୍ଲବ ଓ  ଅନୁଗୁଳ ପତାକା କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଅନୁଗୁଳ ୩-୧ ଗୋଲ ବ୍ୟବଧାନ ରେ ଜଟଣୀ କୁ ହରାଇ ପ୍ରଥମ ସେମି ଫାଇନଲ ରେ ପ୍ରବେଶ କରିଛି। ଆଜି ମୁଖ୍ୟ ରେଫରୀ ଭାବେ ପ୍ରସନ୍ନ ନାୟକ ମ୍ୟାଚ ପରିଚାଳନା କରିଥିବାବେଳେ ଲାଇନ୍ସମ୍ୟାନ ଭାବେ ସାଇରାମ କିସ୍କୋ, ସଗୀର ଅହମ୍ମଦ ଓ ସମୀର ଖୁଣ୍ଟିଆ ୪ର୍ଥ ମ୍ୟାଚ ରେଫରୀ ଭାବେ କାର୍ଯ୍ୟ କରିଥିଲେ। ସୋମବାର ଦ୍ୱିତୀୟ କ୍ୱାଟର ଫାଇନଲ ମ୍ୟାଚ ସୁଜିତ ଏଫସି ଫୁଲବାଣୀ ଓ ଯୁବଜ୍ୟୋତି କ୍ଲବ କଟକ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ରୀଡ଼ାବିତ ଭିକାରୀ ଖଣ୍ଡାୟତ ସୂଚନା ଦେଇଛନ୍ତି। 

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS