BREAKING
Loading...
:

ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠାତାଙ୍କ ପରଲୋକ

 ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠାତାଙ୍କ ପରଲୋକ  

ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ) ନୟାଗଡ ଜିଲ୍ଲା ରାଜସୁନାଖଳା ଅଞ୍ଚଳରେ ମଧୁସୁଦନ ମହାପାତ୍ର ( ମଧୁ ଅଜା )ଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି । ୧୯୭୮ ମସିହା ଫେବୃଆରୀ ୨ ତାରିଖରେ ରାଜସୁନାଖଳା କଲେଜର ପ୍ରତିଷ୍ଠାତା ରୂପେ ପରିଚିତ ମଧୁସୁଦନ ମହାପାତ୍ରଙ୍କ ଆଜି  ସକାଳ ୬.୪୫ ମିନିଟିରେ ରାଜସୁନାଖଳା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ରରେ  ପରଲୋକ ଘଟିଛି।ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ  l ତାଙ୍କୁ ମୁତ୍ର୍ୟୁ ବେଳକୁ ୮୪ ବର୍ଷ  ବୋଲି ଜଣା ପଡିଛି ।ଆଜି ରାଜସୁନାଖଳା ମହାବିଦ୍ୟାଳୟ  ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ, ପ୍ରତିଷ୍ଠାତା ମଧୁସୂଦନ ଙ୍କ ମୃତୁ ଖବର ଶୁଣି କଲେଜ ର ଅଧକ୍ଷ ସମେତ ଛାତ୍ର ଛାତ୍ରୀ ଗଭୀର ଦୁଃଖ ପ୍ରକାଶ କରିଥିଲେ  l ଖବର ପାଇ  ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ , ବ୍ଲକ ବିଜେଡି ସଭାପତି , ରାଜ ସୁନାଖଳା କଲେଜ ର ଅଧ୍ୟକ୍ଷ ଓ ସମସ୍ତ ଶିକ୍ଷା କର୍ମଚାରୀସହ ଅନେକ  ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଅଂଚଳର ଶତାଧିକ ସୂଭେଛୁ ତାଙ୍କ ରାଜସୁନାଖଳାସ୍ଥିତ ବାସ ଭବନରେ ପହଂଚି ମଧୁ ଅଜାଙ୍କ ଶେଷ ଦର୍ଶନ କରି  ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ । 

ମଧୁ ଅଜା ଜଣେ ପରୋପକାରୀ, ମିଷ୍ଟ ଭାଷୀ, ଧର୍ମ ପରାୟଣ ତଥା ସମାଜ ସେବୀଏବଂ ବିଶିଷ୍ଠ ନ୍ୟାୟବିତ୍ତ ମଣିଷଭାବେ ଅଂଚଳ ରେ ବେଶ ପରିଚିତ ଥିଲେ । ସେ ଏକା ଧାରାରେ  ରାଜସୁନାଖଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ସମ୍ପାଦକଥିବା ସହ  ରଣପୁର ବ୍ଲକ ଅଧ୍ୟକ୍ଷ , ଦୁର୍ଗାବଜାରର  ସଭାପତି, ଦୋଳ ଯାତ୍ରାର  ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ।

ତାଙ୍କ ବିୟୋଗ ରେ ରାଜସୁନାଖଳା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଧରିଛି। ତାଙ୍କର ବଡ ପୁଅ ସତ୍ୟ ନାରାୟଣ ମହାପାତ୍ର ପୁରୀରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS