BREAKING
Loading...
:

ଲାଞ୍ଜିଗଡ ଦଶମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ।

 ଲାଞ୍ଜିଗଡ ଦଶମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ।

ବନବିଭାଗ ବିଭାଗୀୟ କର୍ମକର୍ତ୍ତା ଅନୁପସ୍ଥିତ ଥିବାରୁ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି 



ଲାଞ୍ଜିଗଡ,: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୂର ସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସର ଠାରେ ଲାଞ୍ଜିଗଡ ପଞ୍ଚାୟତ ସମିତିର ଦଶମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଗଙ୍ଗାଧର ମାଝୀ , ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳୀ ମାଝୀ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତ ଅଧିକାରୀ ପ୍ରଦୀପ କୁମାର ଠାକୁର ପୂର୍ବ ବୈଠକର ବିବରଣୀ ପାଠ କଲା ପରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, କୃଷି, ବିଜୁଳି, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା, ମନରେଗା, ଗ୍ରାମ୍ୟ ଗୃହ ନିର୍ମାଣ ସମେତ ଅନ୍ୟାନ୍ୟ ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ବନବିଭାଗ ନାଁରେ ଗଦା ଗଦା ଅଭିଯୋଗ ହେଉଥିବାବେଳେ ବୈଠକରେ ବିଭାଗୀୟ କର୍ମକର୍ତ୍ତା ଅନୁପସ୍ଥିତ ଥିବାରୁ ପ୍ରବଳ ବର୍ଷିଥିଲେ ସରପଞ୍ଚ ଓ ସମିତି ସଭ୍ୟମାନେ। ଆଗକୁ ଗ୍ରୀଷ୍ମ ଋତୁ ଆସିବାକୁ ଥିବା ବେଳେ ପାନୀୟ ଜଳ ସୁଚାରୁ ରୂପେ ଲୋକଙ୍କୁ ଯୋଗାଇବା ପାଇଁ ଖରାପ ଥିବା ନଳକୂପ ଗୁଡିକୁ ତିଆରି କରିବାପାଇଁ ସରପଞ୍ଚ ଓ ସମିତି ସଭ୍ୟମାନେ ଦାବି ରଖିଥିଲେ I ଏଥିରେ ବ୍ଲକର ୨୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟ, ସଦସ୍ୟା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସେକ୍ସନ ଅଫିସର ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଏପିଇଓ ସଂଜୀତ ପରିଡା, ଏଇ କ୍ଷୀରୋଦ କୁମାର ନାୟକ, ବିପିସି ଭୁପେନ୍ଦ୍ର ସାଗର, କନିଷ୍ଠ ଯନ୍ତ୍ରୀ ସ୍ମିତାରାଣୀ ବିଶ୍ୱାଳ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଦଶମତ ମାଝୀଙ୍କ ସହିତ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS