BREAKING
Loading...
:

ପାରୁଆଭାଡ଼ିରେ ଜଳ ବିଭାଜିକା ତାଲିମ ଶିବିର

 ପାରୁଆଭାଡ଼ିରେ  ଜଳ ବିଭାଜିକା ତାଲିମ ଶିବିର

ସମ୍ବଲପୁର (ମଣିଭଦ୍ରା ଖବର) 


କୁଚିଣ୍ଡା ଅନ୍ତର୍ଗତ ପରୁଆଭାଡ଼ି ସ୍ଥିତ କଲ୍ୟାଣ ମଣ୍ଡପଠାରେ ଜଳ ବିଭାଜିକା ତାଲିମ ଶିବିର ସହ  କମ୍ପୋଷ୍ଟ୍ ଖତ ଦ୍ଵାରା ଚାଷ ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅବସର ପ୍ରାପ୍ତ କୃଷି ଯନ୍ତ୍ରୀ ରବିନ୍ଦ୍ର କୁମାର ଦାସ ତାଲିମ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମକୁ ସ୍ଵେଚ୍ଛାସେବୀ ସସ୍ମିତା ସାହୁ ଓ ପଙ୍କଜିନୀ ନାୟକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ବେହେରା, ପୁଷ୍ପାଞ୍ଜଳି ବେହେରା, ହରିପ୍ରୀୟା ପଟେଲ, ପୁଷ୍ପଲତା ସାହୁ, ପୀତବାସ ଚୌଧୁରୀ, ହିମାଂଶୁ ଚୌଧୁରୀଙ୍କ ସମେତ ବହୁ କୃଷକ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS