BREAKING
Loading...
:

ତୃତୀୟ ସେମିଷ୍ଟାର ପରୀକ୍ଷା ବେଳେ ପ୍ରଶ୍ନ ପତ୍ର ଲିକ, ୧୨ ଗିରଫ

 ତୃତୀୟ ସେମିଷ୍ଟାର ପରୀକ୍ଷା ବେଳେ ପ୍ରଶ୍ନ ପତ୍ର ଲିକ, ୧୨ ଗିରଫ



ସମ୍ବଲପୁର (ମଣିଭଦ୍ରା ଖବର) 


ଗତ ୨୯ ତାରିଖ ବରପାଲି ମହାବିଦ୍ୟାଳୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ପରିଚାଲିତ ଯୁକ୍ତ ତିନି ପରୀକ୍ଷା ତୁତୀୟ ସେମିଷ୍ଟାର ରାଜନୀତି ବିଜ୍ଞାନ ପ୍ରଶ୍ନ ପତ୍ର ଲିକ୍ ହୋଇଛି। ବରଗଡ ଜିଲ୍ଲା ବରପାଲି ମହାବିଦ୍ୟାଳୟ ରେ ପରୀକ୍ଷା ଚାଲିଥିଲା ବେଳେ  ସ୍କ୍ୱାର୍ଡ ପାର୍ଟି ଚେକିଙ୍ଗ କରୁଥିବା ବେଳେ ପ୍ରଶ୍ନପତ୍ର ଓ ଉତ୍ତର ସମାନ ହେଇଥିବା ଦେଖିବାକୁ ପାଇଥିଲେ ଓ ତୁରନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ସୂଚନା ଦେବାପରେ ତୁରନ୍ତ ଅଧ୍ୟକ୍ଷା ପରୀକ୍ଷା ହଲକୁ ଆସି ତଦାରଖ କରିବା ପରେ କିଛି ଛାତ୍ର  ଧରାପଡ଼ିଥିଲେ। ଏନେଇ ପ୍ରଶ୍ନ ପତ୍ର ଲିକ୍‌କୁ ନେଇ ବରପାଲି ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ବରପାଲି ଥାନା ରେ ଏତଲା ଦେଇଥିଲେ। ତେବେ ଏହି ଘଟଣାର ଅଧିକ ଛାନ୍‌ବିନ୍ କରି ପୋଲିସ ୧୧ ଜଣ ଛାତ୍ର ଓ ଜଣେ କିରାଣୀଙ୍କୁ ଆଜି ଅପରାହ୍ନରେ  କୋର୍ଟ ଚାଲାଣ କରିଛନ୍ତି। ଏହି ପ୍ରଶ୍ନ ପତ୍ର ଲିକ ଘଟଣାରେ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ମହାବିଦ୍ୟାଳୟର କିରାଣୀ ଆଲୋକ ସାହୁଙ୍କ ସମେତ ବିକାଶ ଡିଗ୍ରୀ କଲେଜ,ଘେଁସ ଓ ବରପାଲି ମହାବିଦ୍ୟାଳୟର ଛାତ୍ରଙ୍କ ସମେତ ମୋଟ ୧୨ଜଣକୁ ପୋଲିସ କେସ ନଂ ୨୯/୨୫.ଆଇପିସି ୩୧୮(୪)୬୧୨,୬୬ ଆଇ ଟି ଆର (୯)ରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।ବରପାଲି ଡାକଘର ସମ୍ମୁଖରେ ଥିବା ଏକ ଜେରକ୍ସ୍ ଦେlକାନରେ ଏହି ପ୍ରଶ୍ନପତ୍ରର ଉତ୍ତର ଜେରକ୍ସ୍ କରି ସମ୍ପୣକ୍ତ ଛାତ୍ରମାନଙ୍କୁ ଯେlଗlଇଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ପୁଲିସ ତଦନ୍ତ କରୁଛନ୍ତି।  ମୁଦଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋକୁଳାନନ୍ଦ ସ୍ୱାଇଁ, ମନୋଜ ପଟ୍ଟନାୟକ, ହିମାଂଶୁ ଶେଖର ସାହୁ ମକଦ୍ଦମା ଲଢ଼ୁ ଥିବା ବେଳେ ସରକାରୀ ଓକିଲ ବାବୁଲୁ ସାହୁ ପ୍ରତିପକ୍ଷ ଓକିଲ ଅଛନ୍ତି। ଶେଷ ସମ୍ବାଦ ରୁ ଜଣାଯାଏ ଯେ ମୁଦଳାମାନଙ୍କୁ କୋର୍ଟ ବେଲ୍‌ରେ ଛାଡି ଦେଇଛନ୍ତି । ଘଟଣାଟି ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS