BREAKING
Loading...
:

ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ,ସେମି ଫାଇନାଲରେ ଭୁବନେଶ୍ୱର କଳିଙ୍ଗ ସ୍ପୋର୍ଟିଂ

 ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ। ସେମି ଫାଇନାଲରେ ଭୁବନେଶ୍ୱର କଳିଙ୍ଗ ସ୍ପୋର୍ଟିଂ 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମଧୁବନ ମିନି ଷ୍ଟାଡିୟମରେ ଖଣ୍ଡପଡ଼ା ସ୍ପୋର୍ଟ୍ସ ଆସୋସିଏସନ ଆନୁକୂଲ୍ୟରେ ଷଷ୍ଠ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ବୁଧବାର ଚତୁର୍ଥ କ୍ଵାଟର ଫାଇନାଲ ମ୍ୟାଚ  କଟକ ରକଷ୍ଟାର କ୍ଲବ୍ ଏବଂ ଭୁବନେଶ୍ବର କଳିଙ୍ଗ ସ୍ପୋର୍ଟିଂ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚରେ ଭୁବନେଶ୍ୱର କଳିଙ୍ଗ ସ୍ପୋର୍ଟିଂ ୨-୦ ଗୋଲରେ କଟକ ରକଷ୍ଟାରକୁ ପରାସ୍ତ କରି ଦ୍ୱିତୀୟ ସେମି ଫାଇନଲରେ ପ୍ରବେଶ କରିଛି। ଆୟୋଜକ ମୁଖ୍ୟ ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଟୁର୍ନାମେଣ୍ଟରେ ମୂଖ୍ୟଅତିଥିଭାବେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଯୋଗଦେଇ ଆଜିର ଖେଳକୁ ଉଦ୍ଘାଟନ କରିବା ସହିତ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଜିଲ୍ଲାର ବରିଷ୍ଠ ଆଇନଜୀବି ରଣଜିତ ଦାସ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ସଂଗ୍ରାମ ଗୁମାନ ସିଂହ, ଡ଼ା ବିଶ୍ୱନାଥ ସାହୁ, ଖଣ୍ଡପଡ଼ା ପୂର୍ବତନ ସରପଞ୍ଚ ଧନେଶ୍ୱର ମହାପାତ୍ର, ସାଂସଦ ଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂହ, ବରିଷ୍ଠ ସାମ୍ବାଦିକ ବିନୋଦ ମହାପାତ୍ର, ବିନାୟକ ମିଶ୍ର, ବରିଷ୍ଠ ନାଗରିକ ଫୋରମ ସଭାପତି ଅଖିଳ କୁମାର ମହାରଣା, ପଣ୍ଡିତ ମନୋଜ ଦାସ ଏବଂ ଯୁବନେତା ତଥା ସମାଜସେବୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ମ୍ୟାଚ ପରିଚାଳନା କରିଥିବା ବେଳେ ପ୍ରସନ୍ନ କୁମାର ନାୟକ ଏବଂ ପ୍ରଫୁଲ୍ଲ ବେହେରା ଲାଇନରେ ସହାୟତା କରିଥିଲେ। ସମୀର ଖୁଣ୍ଟିଆ ୪ର୍ଥ ରେଫରି ଭାବେ କାର୍ଯ୍ୟ କରିଥିଲେ। ଆୟୋଜକ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନର ମୁଖ୍ୟ ତଥା କ୍ରୀଡ଼ାବିତ୍ ଭିକାରୀ ଖଣ୍ଡାୟତଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ତେବେ ଗୁରୁବାର କଟକ ଯୁବଜ୍ୟୋତି କ୍ଲବ୍ ଏବଂ ଅନୁଗୁଳ ପତାକା କ୍ଲବ ମଧ୍ୟରେ ପ୍ରଥମ ସେମି  ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଶ୍ରୀ ଖଣ୍ଡାୟତ ସୂଚନା ଦେଇଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS