ରୋଟାରୀକ୍ଲବ ଈଷ୍ଟ ଆନୁକୂଲ୍ଯରେ ଦିବ୍ଯାଙ୍ଗ ମାନଙ୍କୁ କୃତ୍ରିମ ଅଙ୍ଗ, ଟ୍ରାଇ ସାଇକେଲ, ଶ୍ରବଣ ଯନ୍ତ୍ର ପ୍ରଦାନ।
ବ୍ରହ୍ମପୁର (ମଣିଭଦ୍ରା ଖବର)
ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତାର ସମାଜ ସେବା ତଥା ଦିବ୍ଯାଙ୍ଗ ମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କାର୍ଯ୍ୟକ୍ରମ ପାଇଁ ରୋଟାରୀ ଜିଲ୍ଲ-3262ରେ ଏବଂ ଓଡିଶାରେ ସୁନାମ ଅର୍ଜନ କରିଛି।'ସକ୍ଷମ' ନାମରେ ବିଭିନ୍ନ ସମୟରେ ଦିବ୍ଯାଙ୍ଗ ମାନଙ୍କୁ କୃତ୍ରିମ ଅଙ୍ଗ ପ୍ରତିରୋପଣ କରି ଆସୁଛି।ସକ୍ଷମ-6 କାର୍ଯ୍ୟକ୍ରମ ଫେବୃଆରୀ 1,2 ଓ 3 ତାରିଖ ତିନିଦିନ ଧରି ରାଜସ୍ଥାନ ଜୟପୁରର ଗେଲ୍ ଗ୍ଯାସ ଲିମିଟେଡ ଓ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟକ ସମିତି ଜଯପୁରର ମିଳିତ ସହଯୋଗ ରେ ବ୍ରହ୍ମପୁର ଧର୍ମନଗର-5ମ ଲାଇନରେ ଥିବା ରୋଟାରୀ କମ୍ଯୁନିଟୀ ହଲ ଠାରେ ସକ୍ଷମ-6 ର କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର ଆୟୋଜିତ ହୋଇ ଯାଇଛି।ରୋଟାରୀ ଜିଲ୍ଲ-3262ର ପ୍ରାନ୍ତପାଳ ଯଜ୍ଞାଶୀଷ ମହାପାତ୍ର ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ଏହି ଅନନ୍ଯ କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥିଲେ ଏବଂଆଗାମୀ ଦିନରେ ପାଞ୍ଚ ହଜାର ଦଆଗାମୀ ଦିନରେ ପାଞ୍ଚହଜାର ଦିବ୍ଯାଙ୍ଗଙ୍କୁ କୃତ୍ରିମଅଙ୍ଗପ୍ରଦାନକରାଯିବ ବୋଲି ଘୋଷଣା କରିଥିଲେ।କ୍ଳ ର ସଭାପତି ଜୟନ୍ତ କିଶୋର ପାତ୍ରଙ୍କ ଅଧ୍ଯକ୍ଷତାରେ ପରିଚାଳିତ ଶିବିରରେ ସକ୍ଷମ-6ର ଚେୟାରମ୍ୟାନ ଅଜିତ୍ କୁମାର ପୃଷ୍ଟି ବିବରଣୀ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ 25 ଜଣଙ୍କୁ ହ୍ବିଲ ଚେୟାର,25 ଜଣଙ୍କୁ ଟ୍ରାଇ ସାଇକେଲ, 250ରୁ ଅଧିକ ଦିବ୍ଯାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇ ଥିଲା।ଅନୁରୂପ ଭାବେ ଗଜପତି ଜିଲ୍ଲା ପାଇଁ ପାରଳାଖେମୁଣ୍ଡି ଠାରେ ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇ ସେହି ଅଞ୍ଚଳର ଦିବ୍ଯାଙ୍ଗ ମାନଙ୍କୁ ଉପରୋକ୍ତ କୃତ୍ରିମ ପ୍ରଦାନ କରାଯିବ ବୋଲି ସଂପାଦକ ଏସ୍.ଦୁର୍ଗା ରାଓଙ୍କ ଠାରୁ ପ୍ରକାଶ। ଯେଉଁମାନେ ବ୍ରହ୍ମପୁର ଶିବିରରୁ ବଞ୍ଚିତ ହୋଇଥିବେ ସେମାନେ ପାରଳାଖେମୁଣ୍ଡି ଶିବିରରେ ମଧ୍ଯ ଯୋଗଦେଇ ପାରିବେ ଏବଂ ସଭାପତିଙ୍କ ନମ୍ବର 9437262020 ସହ ଯୋଗାଯୋଗ କରିବା ପାଇଁପରାମର୍ଶ ଦିଆ ଯାଇଛି।ବ୍ରହ୍ମପୁର ଶିବିରରେ ପୂର୍ବତନ ସଭାପତି ବୃନ୍ଦ ଗଦାଧର ରାଉଳ,ଅସିତ ଦତ୍ତ, ସୁଧାଂଶୁ ଶେଖର ଖଡ୍ଗ ରାୟ,ଡବ୍ଳୁ.ଧନ୍ବନ୍ତରି ରାଓ,ନାରସୁ ଜେନା,ରାଜେଶ୍ବରରାଓ,ବି.କୁଶ ପାତ୍ର,ପ୍ରଦୀପ ପଣ୍ଡାଙ୍କ ସମେତ,ଲିଙ୍ଗରାଜ ନାୟକ, ହୃଷିକେଶ ପ୍ରଧାନ, ପ୍ରତ୍ଯୁଷ କୁମାର ଦାଶ,ରାମା ରାଓ, ନୀଳାଞ୍ଚଳ ପାତ୍ର, ଭୁବନେଶ୍ବର ସେଣ୍ଟେନିୟର ସଭାପତି କର୍ଣ୍ଣେଲ ସୋନାଲି ରଥ,ପୁରିର ଗଙ୍ଗାଧର ମିଶ୍ର, ଜୋନାଲ ଚେୟାରମ୍ୟାନ ମିହିର ପାଣିଗ୍ରାହୀ,ଏଜି ଭି .ଅଜୟ କୁମାର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପୂର୍ବତନ ସଭାପତି ଡାକ୍ତର ସମ୍ବିତ ବେଗରାୟ ମଞ୍ଚ ସଂଯୋଜନା କରିଥିଲେ।ପ୍ରୋଜେକ୍ଟ ଚେୟାରମ୍ଯାନ କାମରାଜୁ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق