BREAKING
Loading...
:

ଦଶପଲ୍ଲାର ବିଭିନ୍ନ ଶୈବପୀଠରେ ମହା ଶିବରାତ୍ରୀ ପାଳିତ

 ଦଶପଲ୍ଲାର ବିଭିନ୍ନ ଶୈବପୀଠରେ ମହା ଶିବରାତ୍ରୀ ପାଳିତ

* ମହାପ୍ରଭୁ ମହାଦେବ ଙ୍କୁ ଦର୍ଶନ କଲେ ଶହ ଶହ ଶ୍ରଦ୍ଧାଳୁ   


 *  ଉଜାଗର ହୋଇ ଜାଳିଲେ ଦୀପ 


ଦଶପଲ୍ଲା : -  ( ଶିବାନୀ ଦୀପାଞ୍ଜଳୀ)  ଜାଗର ତିଥିରେ ଦଶପଲ୍ଲା  ର ସମସ୍ତ ଶିବ ମନ୍ଦିର ରେ ମହାପ୍ରଭୁ ମହାଦେବ ଙ୍କୁ ଦର୍ଶନ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ  । ଏହାସହ ବ୍ରତଚାରି ମାନେ ରାତ୍ରି ଉଜାଗର ହୋଇ ଜଳିଛନ୍ତି ଦୀପ । ଦଶପଲ୍ଲାର ପୁର ପଲ୍ଲୀ ରୁ ସହର , ସମସ୍ତ ଶିବ ମନ୍ଦିର ରେ ଏହି ଉତ୍ସବ ଦେଖିବାକୁ ମିଳିଛି । ଦଶପଲ୍ଲାର ପ୍ରମୁଖ ଶୈବ ପୀଠ  ଉଗ୍ରେଶ୍ବର ମହାଦେବ, ଦୂତିକେଶ୍ବର ମହାଦେବ,ନୂଆଗାଁ ଚନ୍ଦ୍ରଶେଖର ମହାଦେବ, କଳସାଖମଣ ନୀଳକଣ୍ଠେଶ୍ଵର, ବାଣିଗୋଚ୍ଛା ଯୋଗେଶ୍ୱର ମହାଦେବ, ଟାକେରା ବାବା ସିଦ୍ଧେଶ୍ୱର, ଡିହଗାଁ ଜଳେଶ୍ଵର, ମଧ୍ୟଖଣ୍ଡ ସ୍ଵପ୍ନେଶ୍ୱର୍ ମହାଦେବ, ମାଳିସାହି ନୀଳକଣ୍ଠେଶ୍ଵର, ସୁବଳୟା ଅର୍ଦ୍ଧକପାଳେଶ୍ୱର,ଗଣିଆଁ ଛାମୁଣ୍ଡିଆ ସ୍ଥିତ ଗୁପ୍ତେଶ୍ୱର  ଓ ସୋମନାଥ ବଜାର ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମହାଦେବ ଙ୍କ ପୀଠରେ ସକାଳୁ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହାସହ ବିଭିନ୍ନ ସ୍ଥାନରେ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ସମୟ ରେ ସମସ୍ତ ଶୈବ ପୀଠରେ ଉପବାସ କରୁଥିବା ଶ୍ରଦ୍ଧାଳୁ ମାନେ ଦୀପ ଜାଳି ମହାପ୍ରଭୁ କୁଂ ସ୍ମରଣ କରିଥିଲେ । ହୁଳ ହୁଳି ଓ ହରିବୋଲ ରେ ପ୍ରକମ୍ପିତ ହୋଇଥିଲା ଶୈବ ପୀଠ । ରାତି ୧୧ ଘଣ୍ଟିକା ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଶୈବ ପୀଠରେ ମହାଦୀପ ଦର୍ଶନ କରିଥିଲେ ଭକ୍ତ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସମସ୍ତ ଶୈବ ପୀଠ ଉପରେ ନଜର ରଖାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଥିଲା ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS