ବେଆଇନ ଭାବେ ଚାଲିଥିବା ସ ମିଲ କୁ ରେ ରେଡ ସହ 4 ଅଟକ
ଭଦ୍ରକ (ମଣିଭଦ୍ରା ଖବର) ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ସହରାଞ୍ଚଳ ଡ଼ିଏସପି ସମ୍ବିତ ମାଝୀ ଙ୍କ ନେତୃତ୍ୱରେ ଏକ ଟିମ ବନବିଭାଗ ଅଧିକାରୀ ସହ ପୁରୁଣା ବଜାର ଥାନାଧୀନ ହଳଦୀ ଡିହ ଛକରେ ଏକ ବେଆଇନ ସ ମିଲ ରେ ରେଡ ମାରିଥିଲେ |ତଦନ୍ତ ପରେ ଜଣାପଡିଥିଲା ବିନା କାଗଜତ ରେ, ଲାଇସେନ୍ସ ନଥାଇ ଉକ୍ତ ସ ମିଲ ଚାଲୁଛି ତେବେ ତତକ୍ଷଣାତ ସ ମିଲ ରେ ବ୍ୟବହାର ହେଉଥିବା ଯନ୍ତ୍ରାଂଶ କୁ ଜବତ କରିଥିଲା ଯାହାର ମୂଲ୍ୟ ପ୍ରାୟ 3 ଲକ୍ଷରୁ ଅଧିକ ତାହା ସହ ଏକ ଲିମ୍ବ କାଠ ଭର୍ତି ଗାଡିକୁ ଜବତ କରିଥିଲା ପୋଲିସ ଏବଂ 4 ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚାଉଚୁରା କରୁଛି |ତେବେ ଯେଉଁ ସ୍ଥାନରେ ସ ମିଲ ଚାଲୁଥିଲା ସେ ଯାଗାର ମାଲିକ କିଏ ଜଣାପଡିନଥିବା ବେଳେ ପରବର୍ତି ସମୟରେ ତହସିଲଦାର ଙ୍କ ସହାୟତା ରେ ସେହି ଜାଗାରେ ସୀମା ନିର୍ଧାରଣ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ଜିଲ୍ଲା ବନବିଭାଗ ଅଧିକାରୀ ପିତାମ୍ବର ନାୟକ |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment