BREAKING
Loading...
:

ଭାପୁର ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ,ବିକଶିତ ଗାଁ, ବିକଶିତ ଓଡିଶା ପାଇଁ ୨.୫୬ କୋଟି ମଞ୍ଜୁର

 ଭାପୁର ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ,ବିକଶିତ ଗାଁ, ବିକଶିତ ଓଡିଶା ପାଇଁ ୨.୫୬ କୋଟି ମଞ୍ଜୁର 

ଭାପୁର, ୨୫/୨ (ବିଭୂତି ମହାପାତ୍ର)  ଭାପୁର ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାଂସଦଙ୍କ ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ୨୦ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ, ୧୮ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ବ୍ଲକ ଉପାଧ୍ୟକ୍ଷ, ୨୦ଟି ପଞ୍ଚାୟତର ଜନପ୍ରତିନିଧି ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାପୁର ବ୍ଲକର ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। କିନ୍ତୁ, ବ୍ଲକ ଅଧ୍ୟକ୍ଷାଙ୍କ ଅନୁପସ୍ଥିତକୁ ନେଇ ଚାପା ଗୁଞ୍ଜରଣ ଶୁଣିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡିଶା, ଯୋଜନା ମଧ୍ୟରେ ଭାପୁର ବ୍ଲକର ୨୦ଟି ପଞ୍ଚାୟତର ଗାଁ ଗୁଡିକର ବିକାଶ ପାଇଁ ୨ କୋଟି ୫୬ ଲକ୍ଷ ୨୧ ହଜାର ୪ ଶହ ୪ ଟଙ୍କା ମଞ୍ଜୁର ହୋଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଭାପୁର ବ୍ଲକର ୨୦ଟି ପଞ୍ଚାୟତକୁ ପ୍ରଦାନ କରାଯାଇଥିବା ଉକ୍ତ ଟଙ୍କାରେ ଭଗବତ ଟୁଙ୍ଗି, କୋଠ ଘର, ରାସ୍ତା, ପାଚେରୀ ଆଦିର ଉନ୍ନତି କରଣ କରାଯିବ। ଗାଁର ଉନ୍ନତି ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତେ  ମିଳିମିଶି କାମ କରିବାକୁ ବିଧାୟକ ଶ୍ରୀ ସ୍ବାଇଁ କହିଥିଲେ।

ମଣିଭଦ୍ରା ଖବର, ଭାପୁର 

Post a Comment

أحدث أقدم
Header ADS