BREAKING
Loading...
:

ଠିକାସଂସ୍ଥା ଇପିଏଫ ଅର୍ଥ ଦାଖଲ କରୁନଥିବା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ !

 ଠିକାସଂସ୍ଥା ଇପିଏଫ ଅର୍ଥ ଦାଖଲ କରୁନଥିବା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ !



କଟକ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟରେ ଉଚ୍ଚ କର୍ତ୍ତୃପକ୍ଷ ,ଠିକାସଂସ୍ଥା ମଧୁଚନ୍ଦ୍ରିକାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ବାରମ୍ବାର ହେବା ପରେ ବର୍ତ୍ତମାନ ସେଠାରେ କାର୍ଯ୍ୟ କରୁଥିବା ଉତ୍କଳ ଇଂଞ୍ଜିନିୟର୍ସ ନାମକ ଠିକାସଂସ୍ଥା ଅଧିନରେ ଆକ୍ଵାରିୟମର ରକ୍ଷଣାବେକ୍ଷଣ କରୁଥିବା କର୍ମଚାରୀ ୨୦୧୭ରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ ସୁଦ୍ଧା ୨୦୨୦ଡିସେମ୍ବର ପରଠାରୁ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି(ଇପିଏଫ) ଅର୍ଥ ଦାଖଲ କରୁନଥିବା ଅଭିଯୋଗ ହୋଇଛି।ଯାହାଦ୍ୱାରା କର୍ମଚାରୀଙ୍କ ଭବିଷ୍ୟତ ଓ ଜୀବନଜୀବିକା ସହ ଠିକାସଂସ୍ଥା ଖେଳଖେଳୁଥିବା ବେଳେ ଜଳସମ୍ପଦ ବିଭାଗ ମହାନଦୀ ଦକ୍ଷିଣ ବିଭାଜନ କର୍ତ୍ତୃପକ୍ଷ ଠିକାସଂସ୍ଥା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ବିନା ଟେଣ୍ଡର ଓ କାର୍ଯ୍ୟକୁ ସଠିକ ତଦାରଖ ନକରି ଦିନକୁ ଦିନ କାର୍ଯ୍ୟାଦେଶ ବିସ୍ତାର କରି କାର୍ଯ୍ୟ ଦେଉଥିବା ଦେଖାଯାଉଛି। ଆକ୍ଵାରିୟମ ରକ୍ଷଣାବେକ୍ଷଣ କରୁଥିବା ଉତ୍କଳ ଇଂଞ୍ଜିନିୟର୍ସ ନାମକ ଠିକାସଂସ୍ଥା ମାସିକ ୫ଲକ୍ଷରୁ ଉର୍ଦ୍ଧ୍ବ ଅର୍ଥ ବିଭାଗରୁ ନେଉଥିବା ବେଳେ କାର୍ଯ୍ୟରତ ଠିକା କର୍ମଚାରୀ ନରେନ୍ଦ୍ର କୁମାର ନାୟକ, କମଳକାନ୍ତ କୁଅଁର, ହେମନ୍ତ କୁମାର ପ୍ରଧାନଙ୍କୁ  ଜରୁରୀକାଳୀନ ପରିସ୍ଥିତିରେ ଅର୍ଥ ଆବଶ୍ୟକ ପଡିବାରୁ ସ୍ଥାନୀୟ ଇପିଏଫ କାର୍ଯ୍ୟାଳୟକୁ ଯାଇ ଅର୍ଥ ଋଣ ପାଇଁ ବୁଝାବୁଝି କଲାପରେ ଜାଣିପାରିଲେ କି ଦୀର୍ଘ ୪ବର୍ଷ ହେବ ତାଙ୍କର ଇପିଏଫ ଅର୍ଥ  ଠିକାସଂସ୍ଥା ଦାଖଲ କରୁନାହିଁ।ଯାହାଦ୍ୱାରା ସେ ନିରାଶ ହୋଇ ଫେରିବା ସହ ଅତି ଦୟନୀୟ ଅବସ୍ଥାରେ ପରିବାର ପ୍ରତିପୋଷଣ କରୁଥିବା ଉକ୍ତ କର୍ମଚାରୀଙ୍କୁ  ମାସିକ ମଜୁରୀ ବାବଦରେ ପ୍ରତି ମାସରେ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ଦାଖଲ କରିଥିବା ଠିକାସଂସ୍ଥା ବକେୟା  ଇପିଏଫ ଅର୍ଥ ପୈଠ କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦିନ ଗଡାଇ ଚାଲିଥିଲା।ଏମିତି କି ୪ବର୍ଷ ବିତିଯାଇଥିଲେ ମଧ୍ୟ ଇପିଏଫ ଅର୍ଥ ଦାଖଲ ନକରିବାରୁ କର୍ମଚାରୀ ମାନେ ବାଧ୍ୟହୋଇ ଇପିଏଫ କମିଶନର, ଶ୍ରମ ବିଭାଗ କମିଶନର ଓ ରାଜ୍ୟ ମାନବାଧିକାର ଆୟୋଗଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି।ଚଳିତ ବର୍ଷ ଆକ୍ଵାରିୟମ ରକ୍ଷଣାବେକ୍ଷଣ ପାଇଁ ଉକ୍ତ ଠିକାସଂସ୍ଥା ଯଦି କାର୍ଯ୍ୟାଦେଶ ନପାଇବ ତେବେ କର୍ମଚାରୀଙ୍କ ୪ବର୍ଷର ଇପିଏଫ ଅର୍ଥ ତାଙ୍କୁ କିଏ ଦେବ ବୋଲି କର୍ମଚାରୀମାନେ ଅତି ଦୁଃଖର ସହ ପରିପ୍ରକାଶ କରିଛନ୍ତି।ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ବକେୟା ଇପିଏଫ ଅର୍ଥ ଖୁବଶୀଘ୍ର ପାଇବେ ବୋଲି ଆଶାବାନ୍ଧି ଅପେକ୍ଷା କରିଛନ୍ତି କର୍ମଚାରୀ।ଏହିଭଳି ଠିକାସଂସ୍ଥାକୁ ବିଭାଗୀୟ କର୍ତ୍ତୃପକ୍ଷ ବାର୍ଷିକ ୬୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ରକ୍ଷଣାବେକ୍ଷଣ ପାଇଁ ଦେଉଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଥିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ହେଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS