'ସ୍ୱୀକାର' ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପାଲା କଳାକାର ସମାବେଶ ଉଦଯାପିତ
ସମ୍ବଲପୁର (ମଣିଭଦ୍ରା ଖବର)
ସାପ୍ତାହିକ ‘ସ୍ଵୀକାର’ ପକ୍ଷରୁ ଆୟୋଜିତ ଦ୍ବିଦିବସୀୟ ରାଜ୍ୟସ୍ତରୀୟ ପାଲା କଳାକାର ସମାବେଶ ଉଦଯାପିତ ହୋଇଯାଇଛି I ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଏହାକୁ ଉଦଘାଟନ କରିଥିଲେ I ଶିକ୍ଷାବିତ ଅରବିନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ମହିଳା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଦୁର୍ଗାମାଧବ ପୃଷ୍ଟି, ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ପାଲା ଗାୟକ ନାରାୟଣ ମହାରଣା, ସାହିତ୍ୟିକ ତଥା ନାଟ୍ୟକାର ନିରଞ୍ଜନ ପଟ୍ଟନାୟକ, ସମଲେଶ୍ୱରୀ ପାଲା ପରିଷଦର ସଭାପତି ରାଧେଶ୍ୟାମ ପଣ୍ଡା ଓ ବିଶିଷ୍ଟ ପାଲା ପ୍ରେମୀ ଡାକ୍ତର ଧନୀରାମ ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଓଡ଼ିଶାର ଏହି ବିଦଗ୍ଧ କଳାକୁ ବଞ୍ଚାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ହେଵା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ I ଏହି ଅବସରରେ ନୂଆପଡା ଜିଲ୍ଲାର ଗାୟକ ଅର୍ଜୁନ ଛତ୍ରିଆ, ବୌଦ୍ଧ ଜିଲ୍ଲାର ଗାୟକ ବାଞ୍ଛାନିଧି ପ୍ରଧାନ, ବରଗଡ଼ ଜିଲ୍ଲାର ଗାୟକ ଅବିନ କୁମାର ସାହୁ ଓ ବାୟକ ବିଜୟ ନାୟକ, ସମ୍ବଲପୁର ଜିଲ୍ଲାର ଗାୟକ ଶିବ ଶଙ୍କର ପଣ୍ଡା, ପୃଥୁଳ ଝାଙ୍କର ଓ ପାଳିଆ ନୀଳକଣ୍ଠ ପତ୍ର, ଝାରସୁଗୁଡା ଜିଲ୍ଲାର ଗାୟକ ଶୁକ୍ରୁ ମେହେର ଏବଂ ସୁନ୍ଦରଗଡ଼ ଜିଲ୍ଲାର ପାଳିଆ ଜନକରାମ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଉତ୍ସବରେ ଆୟୋଜକ ‘ସ୍ଵୀକାର’ର ସମ୍ପାଦକ ହେମନ୍ତ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୋପୀନାଥ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅର୍ଜୁନ ଛତ୍ରିଆ, ଶେଷଦେବ ଦନ୍ତା, ଶୁକ୍ରୁ ମେହେର ଓ ଗୋକୁଳାନନ୍ଦ ଭୋଇଙ୍କ ଦଳ ପାଲା ପରିବେଷଣ କରିଥିଲେ I
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق