ଆଇସିସି ଚାମ୍ପିୟନସ ଟ୍ରଫିରେ ପାକିସ୍ଥାନକୁ ଧୂଳି ଚଟାଇଲା ଭାରତ,ବିରାଟଙ୍କ ଦମଦାର ଶତକ
ବ୍ୟୁରୋ (ମଣିଭଦ୍ରା ଖବର) ଆଇସିସି ଚାମ୍ପିୟନସ ଟ୍ରଫିରେ ଆଜିର ହାଇଭୋଲଟେଜ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଭାରତ ଏବଂ ପାକିସ୍ଥାନ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ପାକିସ୍ଥାନ ୨୪୧ ରନ୍ ସଂଗ୍ରହ କରିଥିଲା । ଜବାବରେ କିଙ୍ଗ କୋହଳିଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତ ଏହି ମ୍ୟାଚରେ ବିଜୟ ଲାଭ କରିଛି । ଭାରତ ୪୨.୦୩ ଓଭରରେ ଆବଶ୍ୟକୀୟ ୨୪୪ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା । ଭାରତ ତରଫରୁ ବିରାଟ କୋହଲି ୧୦୦ ରନ୍ ସଂଗ୍ରହ କରିଥିବା ବେଳେ ଶ୍ରେୟସ ଆୟର ୫୬ ରନ୍ ସଂଗ୍ରହ କରି ଥିଲେ । ଚାମ୍ପିୟନସ ଟ୍ରଫିରେ ଭାରତ ଦୁଇଟି ମ୍ୟାଚରେ ବିଜୟ ଲାଭ କରି ସେମିଫାଇନାଲ ପାଇଁ ବାଟ ପରିସ୍କାର କରି ସାରିଥିବା ଜଣାପଡିଛି । ଭାରତ ଏବଂ ପାକିସ୍ଥାନ ମଧ୍ୟରେ ମ୍ୟାଚ ସବୁବେଳେ ସଂଘର୍ଷ ହେଉଥିବା ବେଳେ କୋଟି କୋଟି ଭାରତୀୟ ଦର୍ଶକ ଭାରତ ବିଜୟ ପାଇଁ ପ୍ରାର୍ଥନା କରିଥାନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق