BREAKING
Loading...
:

ଵିଷମ କଟକ ପଞ୍ଚାୟତ ସମିତି ରେ ବିକଶିତ ଓଡିଶା ବିକଶିତ ଭାରତ 2024 -25 ବର୍ଷ ପାଇଁ କାର୍ଯ୍ୟ ଯୋଜନା ବୈଠକ ଅନୁଷ୍ଠିତ।

 ଵିଷମ କଟକ ପଞ୍ଚାୟତ ସମିତି ରେ ବିକଶିତ ଓଡିଶା ବିକଶିତ ଭାରତ 2024 -25 ବର୍ଷ ପାଇଁ କାର୍ଯ୍ୟ ଯୋଜନା ବୈଠକ ଅନୁଷ୍ଠିତ।



 ବିଷମକଟକ (ମଣିଭଦ୍ରା ଖବର) 



ରାୟଗଡା ଜିଲ୍ଲା ବିଷମ କଟକ ପଞ୍ଚାୟତ ସମିତିର ସଦଭାବନା ଗୃହଠାରେ ବିକଶିତ ଓଡିଶା ବିକଶିତ ଭାରତ ପାଇଁ କାର୍ଯ୍ୟ ଯୋଜନା ବୈଠକ ଅନୁଷ୍ଠିତ ହୋଇଥିଲା  l ଏହି ବୈଠକ ରେ ନୂତନ ଗୋଷ୍ଠି ଉନୟନ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ ଏବଂ ମୁଖ୍ୟ ଅତିଥି ଭାବେ  ଶ୍ରୀମତୀ ଯୋଶଦା ହୁଇକା ପଞ୍ଚାୟତ ସମିତି ଅଧ୍ୟକ୍ଷା  ବିଷମକଟକ ଓ ସମସ୍ତ ଜିଲ୍ଲା ପରିଷଦ ସମସ୍ତ ପଞ୍ଚାୟତ ସଭ୍ୟ ସଭ୍ୟା ସରପଞ୍ଚ ବୃନ୍ଦ ସମସ୍ତ ସରକାରୀ ଲାଇନ ଅଫିସର ବୃନ୍ଦ ଏକତ୍ରିତ ହୋଇଥିଲେ l ଏହି  ବିକଶିତ ଓଡିଶା ବିକଶିତ ଭାରତ   2024 - 25 ବର୍ଷ ର ବିଭିନ୍ନ ପଞ୍ଚାୟତ ର କାର୍ଯ୍ୟ ଯୋଜନା ପାଇଁ ଏହି ବୈଠକ ରେ ବିଭିନ୍ନ ପଞ୍ଚାୟତ ର ଆଲୋଚନା ସହ ପ୍ରତ୍ୟେକ ଗ୍ରାମର ଉର୍ନ୍ନତି ମୂଳକ କାର୍ଯ୍ୟ ପାଇଁ ଆଲୋଚନା ହୋଇଥିଲା l ଏହି ଯୋଜନା ରେ ଆଲୋଚନା ଗୁଡିକ ହେଲା ଡ୍ରେନେଜ ଗୁଡିକ ସଫା କରି ମଶା ମାସି ଙ୍କ ପାଇଁ ବିଚିଙ୍ଗ ପାଉଡର ବ୍ୟବହାର କରିବା , ଲୋକଙ୍କୁ ପାନୀୟ ଜଳ ଯୋଗାଣ ସମସ୍ୟା ର ସୁବିଧା ଆଦି ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା ସହ ଦାରିଦ୍ର ଦୂରୀକରଣ ଓ ଉନ୍ନୟନ ମୁଳୋକ କାର୍ଯ୍ୟ ଗୁଡିକର ସମୀକ୍ଷା ଓ ଅନ୍ୟା ଅନ୍ୟ ଅଧକ୍ଷା ଙ୍କ ଅନୁମତି କ୍ରମେ ସମୀକ୍ଷା ବୈଠକ ହୋଇଥିଲା l ଏହି ବୈଠକ ଟି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ  l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS