BREAKING
Loading...
:

ସିଂହନାଥ ପୀଠଠାରେ ମକର ମେଳା ସମୟରେ ସେତୁ ଉପରେ ଯାନବାହାନ ଚଳାଚଳର ନିୟନ୍ତ୍ରଣ, କଟକଣା ଓ ଗତିପଥ ପରିବର୍ତ୍ତନ ନିମନ୍ତେ ବିଜ୍ଞପ୍ତି ଜାରିକଲେ ପୋଲିସ ପ୍ରଶାସନ*।

 *ସିଂହନାଥ ପୀଠଠାରେ ମକର ମେଳା ସମୟରେ ସେତୁ ଉପରେ ଯାନବାହାନ ଚଳାଚଳର ନିୟନ୍ତ୍ରଣ, କଟକଣା ଓ ଗତିପଥ ପରିବର୍ତ୍ତନ ନିମନ୍ତେ ବିଜ୍ଞପ୍ତି  ଜାରିକଲେ ପୋଲିସ ପ୍ରଶାସନ*।

କଟକ ତା ୧୦.୦୧.୨୦୨୫- ପ୍ରତ୍ୟେକ  ବର୍ଷ ଭଳି ଚଳିତ ବର୍ଷ ଆସନ୍ତା ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ  ଆଠଗଡସ୍ଥିତ ପ୍ରଭୁ ସିଂହନାଥ  ପୀଠ ଠାରେ  ମକର ମେଳା ଏବଂ ଉତ୍ସବର ଭବ୍ୟ ଆୟୋଜନ କରାଯାଉଛି। ଏହି ମେଳାରେ  କଟକ ସମେତ ଅନ୍ୟାନ୍ୟ ଆଖପାଖ ଜିଲ୍ଲାମାନଙ୍କରୁ ପୂଜା ଅର୍ଚନା ନିମନ୍ତେ ଦୁଇ  ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ଜନସମାଗମ ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ସିଂହନାଥ  ପୀଠକୁ ସଂଯୋଗ କରୁଥିବା ବୈଦେଶ୍ଵର-ବଡ଼ମ୍ବା, ଟି-ସେତୁ ଉପରେ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଯେପରି କୈଣସି ଅଘଟଣ ନ ଘଟେ ସେଥିପ୍ରତି ଜିଲ୍ଲା ଓ  ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଅଛି। ଏହି ଉତ୍ସବ ସମୟରେ ଉକ୍ତ ସେତୁ ଉପରେ ଯାନବାହନ ଯାତାୟାତ ନିମନ୍ତେ କଟକଣା ଜାରି କରାଯିବା ସହ ନୟାଗଡ ପଟୁ ବଡମ୍ବା ଆସୁଥିବା ସମସ୍ତ ଯାନବାହନ ଗୁଡିକୁ ସିଦ୍ଧମୂଳା ସେତୁ ଦେଇ ବଡମ୍ବା ଅଭିମୁଖେ ଗତି କରିବ, ସେହି ଭଳି ବଡମ୍ବା ପଟୁ ଭୁବନେଶ୍ଵର ଓ ଖୋର୍ଦ୍ଧା ଯାଉଥିବା ଯାନବାହନ ଗୁଡିକ ଜାତମୁଣ୍ଡିଆ ସେତୁ ଦେଇ ଗତି କରିବ । ଏହି ମେଳା ସମୟରେ ଯାନବାହାନ ଚଳାଚଳର ନିୟନ୍ତ୍ରଣ, କଟକଣା ଓ ଗତିପଥ ପରିବର୍ତ୍ତନ ସମ୍ବନ୍ଧରେ ପୋଲିସ ଅଧିକ୍ଷକଙ୍କ କାର୍ଯ୍ଯାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS