ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା
ଭାପୁର, ୧୮/୧(ବିଭୂତି ମହାପାତ୍ର) ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ ଙ୍କ ନିର୍ଦ୍ଦେଶ କ୍ରମେ ଭାପୁର ବନ ବିଭାଗ ପକ୍ଷରୁ ଶନିବାର ଦିନ ପକ୍ଷୀ ଗଣନା କରାଯାଇଛି। ଭାପୁର ବନ ବିଭାଗ ପକ୍ଷରୁ ବନପାଳ ବନମାଳୀ ରାଉତ ଓ ସୁକାନ୍ତି ସାହୁ, ବନରକ୍ଷୀ ମାଧୁରୀ ପରିଡ଼ା, ବନ କର୍ମଚାରୀ ଦିଲ୍ଲୀପ ଦଳେଇ ଓ ମାଟିଆ ପ୍ରଧାନ ଙ୍କୁ ନେଇ ଏକ ଟିମ୍ ଗଠନ କରାଯିବା ସହ ଶନିବାର ଭାପୁର ବ୍ଲକ ଅନ୍ତର୍ଗତ ବୋରଗାଁ ଗ୍ରାମ ନିକଟସ୍ଥ ନଦୀ ପାଟ ନିକଟରେ ୫ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରଜାତିର ପକ୍ଷୀ ଥିବା ଗଣନା କରାଯାଇଛି। ଉକ୍ତ ନଦୀ ପାଟ ନିକଟରେ ହଂସରାଳି, ଗେଣ୍ଡାଳିଆ, ପାଣିକୁଆ, ମାଛରଙ୍କା, ଭଦଭଦଳିଆ, ଡାହୁକ, ଟିଁ ଟିଆଁ, ବଗ ଆଦି ବିଭିନ୍ନ ପ୍ରଜାତିର ପକ୍ଷୀ ଥିବା ବନପାଳ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।
ମଣିଭଦ୍ରା ଖବର, ଭାପୁର
إرسال تعليق