ନବୋଦୟ ପରୀକ୍ଷା ଦେଲେ ୧୯୧ ଜଣ ଛାତ୍ର ଛାତ୍ରୀ
ଗଣିଆ (ମଣିଭଦ୍ରା ଖବର) ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନବୋଦୟ ବିଦ୍ୟାଳୟରେ ପ୍ରବେଶ ପାଇଁ ପ୍ରବେଶିକା ଆରମ୍ଭ ହୋଇଯାଇଛି । ଏହି ପରୀକ୍ଷାରେ ଗଣିଆ ବ୍ଳକର ବିଭିନ୍ନ ବିଦ୍ୟାଳୟର ୧୯୭ ଜଣ ଛାତ୍ର ଛାତ୍ରୀ ନାମ ପଞ୍ଜିକରଣ କରିଥିବା ବେଳେ ଆଜି ୧୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ଏହି ପରୀକ୍ଷା ପରିଚାଳନା କରିଥିବା ବେଳେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق