BREAKING
Loading...
:

ବୁଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

 ବୁଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ।।

ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ଆଦିବାସୀ ମଂଗଳ ବିଭାଗ ଦ୍ବାରା ପରିଚାଳିତ , ନୟାଗଡ଼ ଜିଲ୍ଲା ର ସର୍ବ ବୃହତ୍ ତଥା ବହୁ ପୁରାତନ ,ବୁଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ( ବୁଗୁଡା କନ୍ୟାଶ୍ରମ ) ରେ ଆଜି  ଅତ୍ଯନ୍ତ ଆଡମ୍ବରର ସହ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ  ପ୍ରଧାନ ଶିକ୍ଷୟିତ୍ରୀ ନମିତା ସ୍ବାଇଁ କଂ  ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ , ଜିଲ୍ଲା ମଂଗଳ ଅଧିକାରୀ ଶ୍ରୀ ଦୟାନିଧି ନାୟକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀ ମାନକଂ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ । ବ୍ଲକ୍ ମଂଗଳ ସଂପ୍ରସାରଣ ଅଧିକାରୀ ଜୋତିର୍ମୟୀ ନାୟକ , ଅତିରିକ୍ତ ଜିଲ୍ଲା ମଂଗଳ ଅଧିକାରୀ ଦୁଶ୍ମନ୍ତ  କୁମାର ପାତ୍ର ,, ମା ହେଲେ ପାଠୋଇ, ଦେଶ ଯିବ ଆଗେଇ , ନାରାକୁ ସଫଳ କରିବାକୁ ହେଲେ,ଛାତ୍ରୀମାନେ ଉପଯୁକ୍ତ ଶିକ୍ଷା ଲାଭ କରି ସମାଜର ବିଭିନ୍ନ କ୍ଷେତ୍ରରେ ନିଜର କୃତିତ୍ୱ ପ୍ରତିପାଦନ କରିବାକୁ ଶ୍ରୀ ବେହେରା ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।  ଏସ୍ ଏମ୍ ଏସି ଅଧ୍ୟକ୍ଷା ବିଶ୍ବକାନ୍ତି ରାୟଗୁରୁ  ଛାତ୍ରୀ ମାନକଂର ଉତ୍ତରୋତ୍ତର ମଂଗଳ କାମନା କରିବା ସହିତ ବିଦ୍ୟାଳୟ ର ଉନ୍ନତି କାମନା କରିଥିଲେ । ଶେଷରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନକୁଂ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ ।


ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS