ଆସୁଛି ମକର ସଂକ୍ରାନ୍ତି । ପୁରା ଭାରତରେ ଜମିବ ଗୁଡ଼ି ଉଡ଼ାର ମାହୋଲ । ହେଲେ ଏଥର ଚାଇନା ମାଞ୍ଜାସୂତା ଉପରେ ପୋଲିସର କଡ଼ା ନଜର ରହିଛି । ଏମିତିକି ଯେଉଁମାନେ ଚାଇନା ମାଞ୍ଜା ଉଡ଼ାଇବେ ସେମାନଙ୍କ ଉପରେ କଡ଼ା ଆକ୍ସନ ନେବାକୁ ପୋଲିସ ନିର୍ଦ୍ଦେଶନାମା ଜାରି ରଖିଛି । କାରଣ ଚାଇନା ମାଞ୍ଜା ସୂତାରେ ଅନେକଙ୍କ ଜୀବନ ଯାଉଥିବା ନଜିର ରହିଛି । ତେଣୁ ଏମିତି ସ୍ଥିତିରେ ଆଗାମୀ ମକର ସଂକ୍ରାନ୍ତିରେ ଯେମିତି କାହାର ବି ଜୀବନ ନଯାଏ ତାହା ଉପରେ ଗୁରୁତ୍ବାରୋପ କରାଯାଉଛି ।
ମାନସ କୁମାର ସାହୁ, କଟକ
إرسال تعليق