BREAKING
Loading...
:

ପରିଶ୍ରମ ହଁ ସଫଳତାର ଚାବିକାଠି

 : ପରିଶ୍ରମ ହଁ ସଫଳତାର ଚାବିକାଠି                                     

(ମଣିଭଦ୍ରା ଖବର) ରାଇରଙ୍ଗପୁର ସହରସ୍ତ ଅତିପୁରାତନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟର ବାର୍ଷିକ ଉତ୍ସବ ସମ୍ଭାର ୨୦୨୪ ସଭାପତି ପ୍ରଧାନଶିକ୍ଷୟତ୍ରୀ ଋଷିପ୍ରଭା ମହାନ୍ତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ସଭା ପ୍ରାରମ୍ଭରେ ଅତିଥିଗଣ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ବିଦ୍ଯାଳୟର ଛାତ୍ରୀଗଣ ସ୍ବାଗତ ସଂଗୀତ ଗାନ କରିଥିଲେ I ତଦପରେ ଅତିଥିଗଣଙ୍କୁ  ପୁଷ୍ପଗୁଛ ଦେଇ ସମ୍ମାନିତ କରିବା ସହିତ ପୁରାତନ ଛାତ୍ରୀ ଡାକ୍ତର ପୂଜା  ନାଏକଙ୍କୁ ଛାତ୍ରୀ ଗୌରବରେ ସମ୍ମାନିତ କରାଯାଇଥିଲା I ଏହାପରେ ସଭାପତି ତାଙ୍କର ସଭାପତିତ୍ବ ବକ୍ତବ୍ଯ ପ୍ରଦାନ କରିବା ପରେ ଶିକ୍ଷୟତ୍ରୀ ଦର୍ଶନା ଦତ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ I ଏଥିରେ ମୁଖ୍ଯ ଅତିଥି ଭାବେ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯ ରଂଜନ ପ୍ରଧାନ, ମୁଖ୍ଯବକ୍ତା ରୂପେ ଉପଖଣ୍ଡ ଥାନାଧିକାରୀ ଗୋକୁଳାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ, ପୁରାତନ ଛାତ୍ରୀ ବର୍ତ୍ତମାନର  ଡାକ୍ତର ପୂଜା ନାଏକ, ରାଇରଙ୍ଗପୁର ଉଚ୍ଚ ବିଦ୍ଯାଳୟର ପ୍ରଧାନଶିକ୍ଷକ ବିନୟ ରଂଜନ ଆଚାର୍ଯ୍ଯ ପ୍ରମୁଖ ଯୋଗ ଦେଇଥିଲେ I ମୁଖ୍ଯ ଅତିଥି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ଯରେ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି କହିଥିଲେ I ମୁଖ୍ଯବକ୍ତା ଶ୍ରୀ ସାହୁ ତାଙ୍କ ବକ୍ତବ୍ଯରେ ପାଠପଢା କେବଳ ପୋଥିଗତ ବିଦ୍ଯା ନ ହୋଇ ସର୍ବାଙ୍ଗିନ ଉନ୍ନତି ସାଧିତ ହୋଇପାରିଲେ ସେ ସୁମଣିଷ ହୋଇପାରିଥାଏ I ସମ୍ମାନିତ ଅତିଥି ଶ୍ରୀ କାରୁଆ ସମୟାନୁବର୍ତ୍ତୀତା, ଶୃଙ୍ଖଳା ଓ ନିର୍ଣ୍ଣୟକରଣ ଅବା ଲକ୍ଷ୍ଯସାଧନା ଉପରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ I ଏହାପରେ ପୁରସ୍କାର ବିତରଣୀ ପର୍ବରେ ବିଦ୍ଯାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ କପ୍ ଦେଇ ପୁରସ୍କୃତ କରିଥିଲେ I ପରେ ପରେ ଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା I ଉକ୍ତ ଭବ୍ଯ କାର୍ଯ୍ଯକ୍ରମରେ ଶିକ୍ଷୟତ୍ରୀ ରଶ୍ମିତା କବାଟ ଅତିଥି ପରିଚୟ ଓ ସଭାପରିଚାଳନା କରିଥିଲେ I ଏଥିରେ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଗିରି, ଲକ୍ଷ୍ମୀପ୍ରଭା ଦାସ, ମମତା ପାତ୍ର, ଇନ୍ଦିରା ସାହୁ, କମଳିନୀ ସେଠୀ, ସସ୍ମିତା ମହାନ୍ତ, ଶୁଶ୍ରୀ ବୁଦୁଜ ହେମ୍ବ୍ରମ , ଦାକ୍ଷିନ ମୁର୍ମୁ, ପଣ୍ଡିତ ସମୀର କୁମାର ଦାସ, ସର୍ବେଶ୍ବର ମହାନ୍ତ ପ୍ରମୁଖ  ସହଯୋଗ କରିଥଲେ I ଉକ୍ତ ବାର୍ଷିକ ସମାବେଶରେ ସମସ୍ତଛାତ୍ରୀ ଓ ଅବିଭାବକଅବିଭାବିକାଗଣ ବହୁସଂଖ୍ଯାରେ ଉପସ୍ଥିତ ରହିଥିଲେ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS