BREAKING
Loading...
:

ଆନ୍ତର୍ଜାତୀୟତାଇକୋଣ୍ଡୋ ପ୍ରତିଯୋିଗିତା ରେ ଭାଗନେବା ପାଇଁ ଓଡ଼ିଶା ଖେଳାଳି

 *ଆନ୍ତର୍ଜାତୀୟତାଇକୋଣ୍ଡୋ ପ୍ରତିଯୋିଗିତା ରେ ଭାଗନେବା ପାଇଁ ଓଡ଼ିଶା ଖେଳାଳି*

ଭୁବନେଶ୍ୱର (ମଣିଭଦ୍ରା ଖବର) ଚଲିତ ମାସ ତା ୨୮/୦୧/୨୦୨୫ ରିଖ ଠାରୁ ଆସନ୍ତା ମାସ ୦୧/୦୨/୨୦୨୫ ରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିୟୋଗିତା ନେପାଳର ପୋଖରା ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି, ଉକ୍ତ ପ୍ରତିଯୋଗିତାରେ ଅଂଶ୍ରହଣ କରିବା ପାଇଁ ଓଡ଼ିଶା ରୁ ଚାରି ଜଣ ଖେଳାଳି ଅଂଶ ଗ୍ରହଣ କରିଵା ପାଇଁ ଆଜି ତା ୨୬/୦୧/୨୦୨୫ ରିଖ ଦିନ କୋଚ୍ ଅଶୋକ କୁମାର ସାହୁ ଅନ୍ତ୍ରଜାତୀୟ ତାଇକଣ୍ଡୋ ବିଚାରକ ଓ ଆନ୍ତର୍ଜାତୀୟ ପ୍ରଶିକ୍ଷକ ଏବଂ ଭାରତୀ ଜଗଦେବ ଙ୍କ ତତ୍ଵାବଧାନରେ ନେପାଳ ଅଭିମୁଖେ ଯାତ୍ରା କରିବେ । ଖେଳାଳି ମାନେ ହେଲେ ଅଭିଜିତ କୁମାର ସାହୁ , ବିଶ୍ବରଞ୍ଜନ ଅମରଦୀପ୍ , ଶ୍ରେୟାଂଶ ସାହୁ, ଭବାନୀ ସଙ୍କର୍ ରାୟଗୁରୁ ପ୍ରମୂଖ ଯାତ୍ରା କରିବେ ବୋଲି ଖୋର୍ଦ୍ଧା ଜିଲ୍ଲା ସଂଘ ପକ୍ଷରୁ ସୂଚନା ଦିଆଯାଇଛି ଏବଂ ଆନ୍ତର୍ଜାତୀୟ ସ୍ତର ରେ ଅଂଶଗ୍ରହଣ କରି ପଦକ ହାସଲ କରିବାକୁ ଓଡ଼ିଶା ବାସୀ  ଆଶୀର୍ବାଦ ପ୍ରଦାନ କରିଛନ୍ତି।  ଏହି ଖେଳାଳି ମାନେ ଆନ୍ତର୍ଜାତୀୟ ଖେଳ ପାଇଁ ମନୋନୀତ ହୋଇଥିବାରୁ ପରିବାର ଓ ଖେଳ ପ୍ରେମୀ ବ୍ୟକ୍ତୀ ମାନେ ଖୁସିରେ ଆତ୍ମବିଭୋର ହୋଇଯାଇଛନ୍ତି। ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ନିଜ ଦେଶ ପାଇଁ ପଦକ ଆଣିବେ ବୋଲି ମନୋନୀତ ଭାରତୀୟ ଖେଳାଳି ମାନଙ୍କର ଦୃଢ଼ ବିଶ୍ବାସ ରଖିଛନ୍ତି ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS