BREAKING
Loading...
:

ଲୋକସେବକ ମଣ୍ଡଳ ଓ ସମାଜ ରିଲିଫ କମିଟି ପକ୍ଷରୁ ଭିନ୍ନକ୍ଷମ ଓ ଗରିବ ଅସହାୟ ପରିବାରକୁ କମ୍ବଳ ବଣ୍ଟନ

 ଲୋକସେବକ ମଣ୍ଡଳ ଓ ସମାଜ ରିଲିଫ କମିଟି ପକ୍ଷରୁ ଭିନ୍ନକ୍ଷମ ଓ ଗରିବ ଅସହାୟ ପରିବାରକୁ କମ୍ବଳ ବଣ୍ଟନ 

ସମ୍ବଲପୁର (ମଣିଭଦ୍ରା ଖବର) ଗରୀବ ଅସହାୟ ଓ ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟାଇବାକୁ ଲୋକ ସେବକ ମଣ୍ଡଳ ଓ ସମାଜ ରିଲିଫ କମିଟି ପକ୍ଷରୁ ପ୍ରୟାସ କରାଯାଇଛି। ଆଜି ଅପରାହ୍ନରେ ଲୋକସେବକ ମଣ୍ଡଳ ଓ ସମାଜ ରିଲିଫ କମିଟି ପକ୍ଷରୁ ଜମନକିରା ବ୍ଲକର ମୁଣ୍ଢେନପାଲି ପଞ୍ଚାୟତର ଶିତିଲିଆପଡା ଓ ଗୋପିକଣ୍ଟା ଗ୍ରାମର ୬୦ରୁ ଉର୍ଦ୍ଧ୍ବ ଗରିବ ଅସହାୟ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ଦିବ୍ୟାଙ୍ଗ ପରିବାରକୁ କମ୍ବଳ ବଣ୍ଟନ କରାଯାଇଛି।ଲୋକ ସେବକ ମଣ୍ଡଳର ସ୍ଥାନୀୟ ଉପଦେଷ୍ଟା କମିଟିର ସମ୍ପାଦକ ରଘୁନାଥ ମିଶ୍ରଙ୍କ ତତ୍ତ୍ୱାବଧାନରେ ସମାଜସେବୀ ରାଜେନ୍ଦ୍ର କୁମାର ପଣ୍ଡା , ଅମର ନାଥ ମହାପାତ୍ର , ଡା. ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ଉଭୟ ଗ୍ରାମକୁ ଯାଇ କମ୍ବଳ ବିତରଣ କରିଥିଲେ। ଏହି ମହତ୍ କାର୍ଯ୍ୟରେ ସ୍ଥାନୀୟ ସ୍ବେଚ୍ଛ|ସେବୀ ସରୋଜ କୁମାର ନାଥ , ଲୋପାମୁଦ୍ରା ନାଥ , ବନ୍ଦନା କିସାନ ପ୍ରମୁଖ ସହଯୋଗ କରିଥିଲେ। ଲୋକ ସେବକ ମଣ୍ଡଳ ଓ ସମାଜ ରିଲିଫ କମିଟିର ଏହି ପ୍ରୟାସକୁ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS