ଖଣ୍ଡପଡ଼ା ନୋଡାଲ ସ୍କୁଲ୍ ପାନୀୟ ଜଳ ସମସ୍ୟା,୩ ଟି ନଳକୂପ ମାଧ୍ୟରୁ ୨ ଟି ଅଞ୍ଚଳ ଅବସ୍ଥାରେ।
ଖଣ୍ଡପଡ଼ା ୨,୧( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ନୋଡାଲ ସ୍କୁଲ୍ ର ଅଧ୍ୟୟନ ଛାତ୍ର ଛାତ୍ରୀ ମାନେ ବର୍ଷ ତମାମ ପାନୀୟ ଜଳ ସମସ୍ୟା ସମୁଖୀନ ହେଉଛନ୍ତି। ବିଦ୍ୟାଳୟ ପରିସରରେ ୩ ଟି ନଳକୂପ ମାଧ୍ୟରୁ ୨ ଟି ଅଚଳ ଅବସ୍ଥାରେ ପଡ଼ିରହିଛି। ଏଥିପ୍ରତି ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନଜର ଦେଉନଥିବା ଜଣାପଡିଛି। ଯାହା ଦ୍ବାରା ଛାତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ପରେ ହାତ ଧୋଇବା ଆଉ ନିଜ ର ବେବହାର କରୁଥିବା ଥାଳି ସଫା କରିବାରେ ଧାଡ଼ି ହୋଇବହୁ ସମୟ କଟାଉଛନ୍ତି। ବିଦ୍ୟାଳୟ ସମ୍ମୁଖରେ ଥିବା ନଳକୂପ ଟିର ହାଣ୍ଡଲ ନଥିବାର ଜଣାପଡିଛିଓଆଉଏକନଳକୂପଟିଜଙ୍ଗଲବୁଦାମୂଳରେଲୁଚିରହିଛି।ଅଚଳ ନଳକୂପ ଗୁଡ଼ିକର ପୂର୍ଣ୍ଣ ଉଧାର ପାଇଁ ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେଉନଥିବାରୁ ବିଦ୍ୟାଳୟ କତ୍ତୃପକ୍ଷ ଅସୋନ୍ତୋଷ ପ୍ରକାଶ ପାଇଛି।ଦିର୍ଘ ବର୍ଷ ଧରି ଅଚଳାବସ୍ଥା ପଡ଼ି ରହିଥିବା ନଳକୂପ ଗୁଡ଼ିକର ମରାମତି ସଂପୁର୍ଣ୍ଣ ପାଇଁ ଦାବି ହୋଇଛି।ଏ ସଂପର୍କରେ ଖଣ୍ଡପଡ଼ା ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଙ୍କୁ ଅବଗତ କରିବାରୁ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق