ତବଲା ବାଦକରୁ କଣ୍ଠଶିଳ୍ପୀ କିଶୋର ବେହେରା
କଟକ(ମଣିଭଦ୍ରା ଖବର) କଳାକୁ ପେଶା ଭାବେ ଗ୍ରହଣ କରି ଆଗକୁ ବଢ଼ିଥିବା କିଶୋର ପ୍ରଥମେ ଜଣେ ତବଲା ବାଦକ ଭାବେ ପରିଚିତ ଥିଲେ । ଧିରେ ଧିରେ ଗୀତ ବୋଲିବାକୁ କିଶୋରଙ୍କ ମନରେ ଆଗ୍ରହ ସୃଷ୍ଟି ହେଲା । ସଙ୍ଗୀତରେ ବିଶାରଦ ପାସ୍ କରିବା ପରେ ସେ ଗୀତ ବୋଲିବା ଆରମ୍ଭ କରିଛନ୍ତି ।
ଜଗତପୁର ଇମାମନଗର ଖଇରା ଠାରେ ଜନ୍ମିତ କିଶୋର ବେହେରାଙ୍କ ବାପା ଜଗନ୍ନାଥ ବେହେରା ଏବଂ ମା ଶାନ୍ତିଲତା ବେହେରାଙ୍କ ପ୍ରେରଣା ତଥା ଗୁରୁ ଗୋପିନାଥ ବେହେରା ଓ ଉଦୟ ଭାନୁ ଦ୍ବିବେଦୀଙ୍କ ଆର୍ଶୀବାଦରୁ ଆଜି ସେ ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହୋଇପାରିଛନ୍ତି । ପ୍ରାୟ ୩୦ରୁ ଅଧିକ ଭଜନ ଏବଂ ଆଲବମରେ ଗୀତ ଗାଇ ସେ ତାଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି ।
ସେ ଗାଇଥିବା ଗୀତ ମଧ୍ୟରେ ଆସିଲା ଭାଇ ଶ୍ରାବଣ ମାସ,ଅଳିଆ ଟୋକା,ଦିଲ୍ ନେଇଗଲୁ ତୁ,ବେବି ଲୋ ବେବି,ତୁ ମୋ ଲାଲ ପାନ ବିବି,ଠାକୁର ନମ୍ବର ଓ୍ବାନ୍,ରୂପା ପାଉଁଜି,ଭାଇରେ ପୁରୀ ଆଉ କେତେ ବାଟ । ଆଗକୁ ତାଙ୍କ ହାତରେ ଦୁଇଟି ସିନେମାର ଅଫର୍ ମଧ୍ୟ ରହିଛି । ଇରା ମହାନ୍ତି,ଅସୀମା ପଣ୍ଡା,ଅନ୍ତରା ଚକ୍ରବତିଙ୍କ ଭଳି ନାମିଦାମୀ କଣ୍ଠଶିଳ୍ପୀଙ୍କ ସହିତ ଗୀତ ଗାଇ ସେ ଦର୍ଶକଙ୍କ ମନୋରଂଜନ କରିପାରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment