, ଖଣ୍ଡପଡ଼ା ଅଞ୍ଚଳର ଚାଷୀ ଙ୍କୁ ତୁରନ୍ତ ସହାୟତା ରାଶି ପ୍ରବାଦ ଦାବି
ଖଣ୍ଡପଡ଼ା ୪,୧,୩୦୨୫( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଲଗାଣ ବର୍ଷାର ପ୍ରଭାବରେ ଖଣ୍ଡପଡ଼ା ବ୍ଲକ ଅଞ୍ଚଳର କ୍ଷତି ଗ୍ରସ୍ତ ଚାଷୀ ପରିବାର ଗୁଡ଼ିକୁ ତୁରନ୍ତ ସହାୟତା ରାଶି ପ୍ରଦାନ ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।ଶହ ଶହ ଚାଷୀ ପରିବାର ଧାର ଉଧାର କରି ଧାନ, ପନିପରିବା ଚାଷ କରିଥିଲା। ବର୍ଷକର ଦାନାପାଣି ଉଜୁଡି ପଡ଼ିଥିବା ରୁ ଚାଷୀ ପରିବାର ମୁଣ୍ଡରେ ହାତ ଦେଇ ବସିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ରେ ବିଳମ୍ବ କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ସାହାୟତା ରାଶି ପାଇବା ଆଶା ରେ ହଜାର ହଜାର ଚାଷୀ ପରିବାର ଚାତକ ପରି ଚାହିଁ ରହିଛନ୍ତି। ଖଣ୍ଡପଡ଼ା ତହସିଲ ଅନ୍ତର୍ଭୁକ୍ତ ୭ ଟି ରାଜସ୍ଵ ନିରକ୍ଷ ଙ୍କ କାର୍ଯ୍ୟାଳୟରେ ଚାଷୀ ଙ୍କ ସାହୟତା ରାଶି ବିଷୟ ରେ ଆବେଦନ ପତ୍ର ଗୁଡ଼ିକ ପଡ଼ି ରହିଅଛି । ଏଥିପ୍ରତି ଖଣ୍ଡପଡ଼ା ତହସିଲଦାର ଦୃଷ୍ଟି ଦେବାକୁ ଦାବି ହୋଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment