BREAKING
Loading...
:

ଯାନବାହନ ପାର୍କିଂ ପାଇଁ ଅଧିକ ଫିସ ଆଦାୟ ଅଭିଯୋଗ ତଦନ୍ତ ଦାବି

 ଯାନବାହନ  ପାର୍କିଂ ପାଇଁ ଅଧିକ ଫିସ ଆଦାୟ ଅଭିଯୋଗ ତଦନ୍ତ ଦାବି

ଖଣ୍ଡପଡ଼ା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ପ୍ରଭୁ ଶ୍ରୀ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋ କୁ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି। ଯାନବାହନ ଗୁଡ଼ିକ ରଖିବା ନିମନ୍ତେ ଉଦ୍ଧିଷ୍ଟ ରହଣି ସ୍ଥାନରେ ପର୍ଯ୍ୟଟକ ଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି ନିଲାମ ନେଇଥିବା ମାଫିଆ ଦଳ। ଯାନବାହନ ଗୁଡ଼ିକ ନିମନ୍ତେ ଉଦ୍ଧିଷ୍ଟ ରହଣି ସ୍ଥାନରେ ପର୍ଯ୍ୟଟକ ଠାରୁ ସରକାର ଧାର୍ଯ୍ୟ କରିଥିବା ଦର ଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଯାନବାହନ ରହଣି ଦେୟ ଆଦାୟ ପାଇଁ 

ନିଲାମ ନେଇଥିବା ବ୍ୟକ୍ତି ଙ୍କ ଭୁମିକା କୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ଯାନବାହନ ରହଣି ସ୍ଥଳରେ ଭୋଜିଭାତ କଲେ ସେ ବାବଦରେ ୩୦୦ ରୁ ୪୦୦ ଟଙ୍କା ଆଦାୟ କରୁଛନ୍ତି ଏହାପରେ ଅଭିଯୋଗ ହେଉଛି। ଫଳରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଶୋଷଣ ର ଶିକାର ହେଉଥିବା ଜଣାପଡ଼ିଛି। ଖଣ୍ଡପଡ଼ା ଦେବୋତ୍ତର ବିଭାଗ ଅଧୀନରେ ଥିବା ପ୍ରଭୁ ଶ୍ରୀ ନୀଳମାଧବଙ୍କ ମନ୍ଦିର ଯାନବାହନ ରହଣି ସ୍ଥଳ ରହିଛି। ଏସମ୍ପର୍କରେ ଖଣ୍ଡପଡ଼ା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଅବଗତ ଥିଲେ ମଧ୍ୟ ଏଦିଗରେ କୋୖଣସି ପଦକ୍ଷେପ ନେଉନଥିବା ଜଣାପଡିଛି। ପ୍ରଭୁ ଶ୍ରୀ ନୀଳମାଧବଙ୍କ ମନ୍ଦିର ଉତ୍ତର ଦ୍ଵାରରେ ଅବସ୍ଥିତ ଶ୍ରୀ ନୀଳମାଧବଙ୍କ ସଂଗ୍ରହାଳୟ ପରିଦର୍ଶନ ନିମନ୍ତେ ପ୍ରତ୍ୟେକ ଙ୍କ ଠାରୁ ପ୍ରଶାସନିକ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କା ଆଦାୟ କରାଯାଇଥିବା ରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରକାଶ ଯୋଗ୍ୟ ନବବର୍ଷ ଅବସର ରେ ପ୍ରଭୁ ଶ୍ରୀ ନୀଳମାଧବଙ୍କ ଦର୍ଶନ ନିମନ୍ତେ ଏବେ ୩୦ ରୁ ୪୦ ହଜାର ଦର୍ଶକ ଆସୁଛନ୍ତି। ଏହାର ସୁଯୋଗ ନେଇ ଦଲାଲ ମାନେ ଯାନବାହନ ଓ ଭୋଜି ପାଇଁ ଲୋକଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି ଏଥିପ୍ରତି ସରକାରଙ୍କ ଦୃଷ୍ଟି ଦେବାପାଇଁ ତହସିଲଦାର ଓ ଦେବୋତ୍ତର ବିଭାଗ ଙ୍କୁ ଜନସାଧାରଣ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS