ସୋନପୁରରେ ବାଣିଜ୍ୟ ପରିବହନ ଓ ଇସ୍ପାତ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା।
ସୋନପୁର (ମଣିଭଦ୍ରା ଖବର) ସର୍କିଟ ହାଉସ ସୋନପୁରରେ ସୋନପୁର ଜିଲ୍ଲାର ପରିବହନ ଏବଂ ଖଣି ବିଭାଗର ସମୀକ୍ଷା ବୈଠକରେ ଯୋଗ ଦେଲେ ମାନ୍ୟବର ଲୋକପ୍ରିୟ ବାଣିଜ୍ୟ ପରିବହନ ଓ ଇସ୍ପାତ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା।ଏହି ବୈଠକରେ ପରିବହନ ଓ ଖଣି ବିଭାଗର ଜିଲ୍ଲା ଅଧିକାରୀଙ୍କ ସହ କଲେକ୍ଟର, SP, ADM, ସବ କଲେକ୍ଟର, ଅତିରିକ୍ତ EO, zp, BDO, ତହସିଲଦାର, ଆଦି ଉପସ୍ଥିତ ଥିଲେ। ଜିଲ୍ଲାରେ ପରିବହନ ବ୍ୟବସ୍ଥାକୁ ସୁଗମ କରିବା ତଥା ସଡକ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକୁ ସମୀକ୍ଷା କରିଥିଲେ । ଏହା ସହ ଖଣିଜ ପଦାର୍ଥ ବିଶେଷ କରି ଲଘୁ ଖଣିଜର ଆବଣ୍ଟନ ସୁନିଶ୍ଚିତ କରି ସାଧାରଣ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ବ୍ୟବସ୍ଥା ଠିକ କରିବା ସହ ପ୍ରବର୍ତ୍ତନ କାର୍ଯ୍ୟକୁ ଆହୁରି ସୁଦୃଢ କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ନୂତନ ଭାବେ ନିଯୁକ୍ତ JMO ମାନଙ୍କ ସହ ସମ୍ବାଦ କରିବା ସହ ସେମାନଙ୍କୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ଦ୍ୱାରା ଦିଆଯାଇଥିବା କାର୍ଯ୍ୟକୁ ସୁସଂଗଠିତ ଭାବେ ପରିଚାଳନା କରିବାକୁ କହିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment