BREAKING
Loading...
:

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମାଧବାନନ୍ଦ ଜିୟୁ ପରିଦର୍ଶନ

 ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମାଧବାନନ୍ଦ ଜିୟୁ ପରିଦର୍ଶନ ।

ନିମାପଡା (ମଣିଭଦ୍ରା ଖବର) ନିମାପଡା ବ୍ଲକ ଚାରିଛକ ନିକଟସ୍ଥ ମହାପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର ମାଧବ  ମାଧବାନନ୍ଦ ଜିୟୁଙ୍କୁ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପରିଦର୍ଶନ କରିଥିଲେ । ସୂଚନାରୁ ପ୍ରକାଶ   ଗତ ଅଦିନିଆ ଲଘୁଚାପ ବର୍ଷା ରେ ନିଆଳି ବ୍ଲକରେ କ୍ଷତି ହୋଇଥିବା ଧାନ ଫସଲ କୁ ଦେଖିବାକୁ ଆସିଥିବା ବେଳେ ଜଗନ୍ନାଥଙ୍କ ମାମୁଁ ଘର ମାଧବ ମାଧବାନନ୍ଦ ଜିୟୁ ଙ୍କୁ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିଥିଲେ । ଏହି ପରିଦର୍ଶନ ବେଢା ପରିକ୍ରମା ସମୟରେ ମାଧବାନନ୍ଦ ଜିୟୁ ଟ୍ରଷ୍ଟ ର ସଭାପତି ପ୍ରଶାନ୍ତ କୁମାର ଦେଵ ଗୋସ୍ୱାମୀ ସହିତ ତ୍ରିଲୋଚନ ପୁଷ୍ପଳକ ,ଭାସ୍କର ପୁଷ୍ପଳକ ,ଲଷ୍ମୀଧର ପୁଷ୍ପଳକ ,ପୂର୍ଣଚନ୍ଦ୍ର ପୁଷ୍ପଳକ ,ବିଜୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଜଗନ୍ନାଥଙ୍କ ମାମୁଁ ଘର ମାଧବ ମାଧବାନନ୍ଦ ଜିୟୁ କୁ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପରିଦର୍ଶନ କରିବା ପାଇଁ ଆସିଥିବାରୁ ଟ୍ରଷ୍ଟ ର ଉପଦେଷ୍ଟା ରାମକୃଷ୍ଣ ମହାପାତ୍ର ସାଧୁବାଦ ଜଣାଇଥିଲେ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS