BREAKING
Loading...
:

ଖୋଲୁନି ଧାନମଣ୍ଡି,ଚିନ୍ତାରେ ଚାଷୀ, ଗାଁ ଗାଁରେ ଦଲାଲ ସକ୍ରିୟ

 ଖୋଲୁନି ଧାନମଣ୍ଡି,ଚିନ୍ତାରେ ଚାଷୀ, ଗାଁ ଗାଁରେ ଦଲାଲ ସକ୍ରିୟ

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକରେ ଏ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲି ନାହିଁ । ଫଳରେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାନ ମଣ୍ଡି ଖୋଲୁ ନଥିବାରୁ ଗାଁ ଗାଁରେ ଦଲାଲ ସକ୍ରିୟ ହୋଇ ଚାଷୀଙ୍କ ଦୁଆରେ ପଇଁତରା ମାରିବା ଆରମ୍ଭ କରିସାରିଛନ୍ତି । ଗଣିଆରେ ବର୍ତମାନ ସୁଦ୍ଧା ପ୍ରାୟ ୮୦ ଭାଗ ଧାନ କଟା ସରିଲାଣି । ଧାନକାଟି ଚାଷୀ ଖଳାରେ ସାଇତି ରଖିଛି । ଅଦିନିଆ ବର୍ଷାରେ ପାଚିଲା ଧାନ ସବୁ ବିଲରେ ନଷ୍ଟ ହୋଇଯାଇଛି । ଯେତିକି ଧାନ ଅମଳ କରିଚି ମଣ୍ଡି ଖୋଲିନଥିବାରୁ ସେତିକି ମଧ୍ୟ ବିକ୍ରି କରିନାହିଁ । ଧାର କରଜ କରି ଚାଷବାସ କରିଥିବା ଚାଷୀଟି କରଜ ସୁଝିବାକୁ ଶାଗମାଛ ଦରରେ ଧାନ ବିକ୍ରି କରୁଛି । ଚାଷୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦଲାଲମାନେ ଅଳ୍ପ ଦାମରେ ବସ୍ତା ବସ୍ତା ଧାନ କିଣି ନେଉଛନ୍ତି । ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନର କ୍ଷୟକ୍ଷତି ଏପର୍ଯ୍ୟନ୍ତ ମିଳିପାରି ନଥିବା ବେଳେ ମଣ୍ଡି ଖୋଲୁ ନଥିବାରୁ ଦଲାଲ ହାତରେ କମ୍ ଦାମରେ ଧାନ ଟେକିଦେଇ ଆହୁରି ଅଧିକ କ୍ଷତି ସହୁଛନ୍ତି ଚାଷୀ । ନୟାଗଡ଼ ଜିଲ୍ଲାର ଅନେକ ସ୍ଥାନରେ ମଣ୍ଡି ଶୁଭାରମ୍ଭ ହୋଇ ସାରିଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗର ଗଣିଆ ପାଇଁ ଏତେ ପାତରଅନ୍ତର କାହିଁକି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । ତେବେ ଚାଷୀ ମାନଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ଧାନ ମଣ୍ଡି ଖୋଲିବାକୁ ସାଧାରଣରେ ଦାବି ହେଉଛି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS