BREAKING
Loading...
:

ଦେବା ଦେବୀ ପିଠିରେ ମକର ସଂକ୍ରାନ୍ତି ଯାତ୍ରା

 ଦେବା ଦେବୀ ପିଠିରେ ମକର ସଂକ୍ରାନ୍ତି ଯାତ୍ରା 


ଖଣ୍ଡପଡ଼ା ୧୪,୧( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ପବିତ୍ର ମକର ସଂକ୍ରାନ୍ତି ଅବସରରେ ଖଣ୍ଡପଡ଼ା ଅଞ୍ଚଳ ର ସମସ୍ତ ଦେବାଦେବୀ ପିଠ ରେ ପ୍ରାତଃ ସମୟରୁ ପୁଜା ର୍ଜନା ନିମନ୍ତେ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିବା ବେଳେ ଶୈବପୀଠ ଗୁଡ଼ିକ ରେ ଭକ୍ତଙ୍କ ଭିଡ଼ ଲାଗିରହିଥଲା। ଖଣ୍ଡପଡ଼ା ବାଇପାସ୍ ରାସ୍ତା ପାର୍ଶ୍ଵରେ ଥିବା ମାଁ ବାଉରି ଠାକୁରାଣୀ ପିଠିରେ 

ମକର ସଂକ୍ରାନ୍ତି ଯାତ୍ରା ଧୂମଧାମରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପିଠ ରେ ହୋମ ଯଜ୍ଞର ଆୟୋଜନ କରାଯାଉଥିଲା। ଵହୁ ଆଡମ୍ବର ସହ ନାଚ ଗୀତର ଆସରରେ ଭକ୍ତଙ୍କ ଭିଡ଼ କୁ ଦୃଷ୍ଟି ରଖି କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା। ସେହିପରି ଖଣ୍ଡପଡ଼ା ବ୍ଲକ ର ତେନ୍ତୁଳି ଆପଲ୍ଲି ଗ୍ରାମ ଦେବତୀ  ବ୍ରାହ୍ମଣୀ ଦେବି ପିଠରେ  ମଙ୍ଗଳବାର ଠାରୁ ୨୧ ତମ ମକର ମେଳା ଅନୁଷ୍ଠିତ ହୋଇଯାଇଅଛି।୨ ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ବ୍ୟାପକ ପୋଲିସ ମୁତୟନ ହୋଇଛି। ଗ୍ରାମ ବାସିନ୍ଦା ଙ୍କ ସହଯୋଗ ରେ ଏକ ସାମାଜିକ ନାଟକ ବନ୍ଦୋବସ୍ତ ହୋଇଛି।

ମଣିଭଦ୍ରା ଖବର,ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS