BREAKING
Loading...
:

ପବିତ୍ର ଶାମ୍ବ ଦଶମୀ ରେ କୋଣାର୍କରେ ସୂର୍ଯ୍ୟ ରଥ ଯାତ୍ରା ଓ ସୌର ମହାଯଜ୍ଞ ।

 ପବିତ୍ର ଶାମ୍ବ ଦଶମୀ ରେ କୋଣାର୍କରେ ସୂର୍ଯ୍ୟ ରଥ ଯାତ୍ରା ଓ ସୌର ମହାଯଜ୍ଞ ।

 ଭୁବନେଶ୍ଵର (ମଣିଭଦ୍ରା ଖବର) ବିତ୍ର ଶାମ୍ବ ଦଶମୀ ରେ ଘରେ ଘରେ ମହିଳା ମାନେ ନିଜ ପରିବାର କୁ ମଙ୍ଗଳ କାମନା ଓ ନିରୋଗ ରଖିବା ପାଇଁ  ପ୍ରାତଃ,ମଧ୍ୟାହ୍ନ ଓ ଅପରାହ୍ନରେ  ସୂର୍ଯ୍ୟ ଦେବତା ଙ୍କୁ ପୂଜା କରିଥାନ୍ତି ।  ଏହି ପବିତ୍ର ଦିନ ରେ ଅର୍କ କ୍ଷେତ୍ର ବା କୃଷ୍ଣ ପୁତ୍ର ଶାମ୍ବ ଙ୍କ ଉପାସନା ପିଠ କୋଣାର୍କ ରେ ଶାମ୍ବ ଦଶମୀ ଧୁମ ଧାମ ରେ ପାଳିତ ହୋଇଯାଇଛି । ଏହି ଅବସର ରେ ସ୍ଥାନୀୟ ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସକାଳୁ ସ୍ଵତନ୍ତ୍ର  ନୀତି ପରେ ରଥରେ କଳସ ସ୍ଥାପନ ଓ ସୂର୍ଯ୍ୟ ନାରାୟଣଙ୍କ ବିଗ୍ରହ ଙ୍କୁ ରଥ ଉପରେ ସ୍ଥାପନ କରାଯାଇଥିଲା । ରଥ ଉପରେ କାକରା , ବରା ଓ ପୋଡପିଠାଲାଗି ପରେ ମଠ ମହନ୍ତ ଛେରା ପହରା କରିବା ପରେ ଶତାଧିକ ଶ୍ରଦ୍ଧାଳୁ ଆନନ୍ଦା ଉଲ୍ଲାସ ର ସହ ଭକ୍ତ ମାନେ ରଥ ଟାଣି ଥିଲେ । ଏହି ସୂର୍ଯ୍ୟରଥ ୨୭ଦିନ ପର୍ଯ୍ୟନ୍ତ  ଚନ୍ଦ୍ରଭାଗା ରେ ରହି ୨୭ ନକ୍ଷତ୍ର ରେ ପୂଜାର୍ଚନା କରାଯାଇ ମାଘ ସପ୍ତମିରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଏହି ପବିତ୍ର ଦିନରେ ଗ୍ରାୟତ୍ରୀ ପରିବାର ତରଫରୁ ଚନ୍ଦ୍ରଭଗା ତୀର୍ଥ କ୍ଷେତ୍ରରେ ସୂର୍ଯ୍ୟ ଆଳତି କରାଯିବା ସହ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୌର ମହାଜଞ୍ଜ ଓ ସୂର୍ଯ୍ୟ ମନ୍ଦିର ପରିକ୍ରମା କରାଯାଇଥିଲା । ଆଜିର ଦିନ ରେ ସୂର୍ଯ୍ୟ ମନ୍ଦିର ରେ ପ୍ରବେଶ ଶୁଳ୍କ ଛାଡ ରହିଥିଲା ।ପୌରାଣିକ ମାତାନୁସାରେ ଦ୍ଵାପର ଯୁଗ ରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ଜନିତ ବ୍ୟାଧି ରୁ ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରେୟ ବନ ରେ ସୂର୍ଯ୍ୟ ଉପାସନା କରିଥିଲେ ।  ଆଜିର ଦିନରେ ଶାମ୍ବ  ଚନ୍ଦ୍ରଭାଗା ନଦୀରେ ସ୍ନାନ କଳା ବେଳେ ସୂର୍ଯ୍ୟ ମହାପ୍ରଭୁ ଙ୍କ ବିଗ୍ରହ ପ୍ରାପ୍ତ ହୋଇ ବ୍ୟାଧି ମୁକ୍ତ ହୋଇଥିଲେ । ଶାମ୍ବ ହିଁ ପ୍ରଥମେ ବିଗ୍ରହ ପୂଜା ଆରମ୍ଭ କରି ସୂର୍ଯ୍ୟ ରଥ ଯାତ୍ରା ଆରମ୍ଭ କରିଥିଲେ ।

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS