ସର୍ବଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ,ପ୍ରଥମ ସେମିଫାଇନାଲରେ କଟକକୁ ଭେଟିବ ବୈଦ୍ଧ
ଗଣିଆ (ମଣିଭଦ୍ରା ଖବର) ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଚାଲିଥିବା ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିବସରେ ପରସ୍ପରକୁ ଭେଟିଥିଲେ ବୈଦ୍ଧ ବନାମ ବାଗାଡିଆ । ବୈଦ୍ଧ ଦଳର ଖେଳାଳୀମାନେ ଆରମ୍ଭରୁ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ଆଧିପତ୍ୟ ଜାହିର କରିଥିଲେ । ତାଙ୍କ ଦଳର ୭ନ°,୮ନ° ଏବଂ ୯ ନ° ଜର୍ସି ପରିଧାନ କରିଥିବା ଖେଳାଳୀ ୪ଟି ଗୋଲ୍ ସ୍କୋର କରିଥିଲେ ମଧ୍ୟ ବାଗାଡିଆ ଦଳ ଗୋଟିଏ ବି ଗୋଲ୍ ସ୍କୋର କରି ପାରିନଥିଲେ । ଫଳରେ ଏକତରଫା ଭାବେ ବିଜୟ ଲାଭ କରି ବୈଦ୍ଧ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲା । ମଙ୍ଗଳବାର ପ୍ରଥମ ସେମିଫାଇନାଲରେ କଟକ ବନାମ ବୈଦ୍ଧ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବନବିଭାଗ ଏସିଏଫ୍ ସୁମନ ମାଝି ଯୋଗ ଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦାନ କରିଥିଲେ । ଖେଳ ପ୍ରାରମ୍ଭରୁ ଏବଂ ମଧ୍ୟାହ୍ନରେ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମହାବୀର ସାଂସ୍କୃତିକ ପରିଷଦର ସମସ୍ତ କର୍ମକର୍ତ୍ତା ଏହି କ୍ରିଡ଼ା ଉତ୍ସବରେ ସହଯୋଗ କରିଥିଲେ । ଓଡ଼ଗାଁ ଅଞ୍ଚଳର ନିରାକାର ମଣ୍ଡଳ ପ୍ରତ୍ୟେକ ଗୋଲ୍ ସ୍କୋର ପାଇଁ ସଂପୃକ୍ତ ଖେଳାଳିଙ୍କୁ ଦୁଇ ଶହ ଟଙ୍କାର ପୁରସ୍କାର ବଣ୍ଟନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment