BREAKING
Loading...
:

ଦୁଇମାସ ହେଲା ଚାଉଳ ଯୋଗାଣ ବନ୍ଦ ଅଙ୍ଗନବାଡି କେନ୍ଦ୍ର ରୁ ଭୋକରେ ଫେରୁଛନ୍ତି ଶିଶୁ ,ବିଭାଗ ନିଦାବିଷ୍ଣୁ

 ଦୁଇମାସ ହେଲା ଚାଉଳ ଯୋଗାଣ ବନ୍ଦ 

ଅଙ୍ଗନବାଡି କେନ୍ଦ୍ର ରୁ ଭୋକରେ ଫେରୁଛନ୍ତି ଶିଶୁ ,ବିଭାଗ ନିଦାବିଷ୍ଣୁ

 


 ଲାଞ୍ଜିଗଡ (ମଣିଭଦ୍ରା ଖବର) କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ପାଇଁ ରାଜ୍ୟ ର ସମସ୍ତ ପଞ୍ଚାୟତରେ ଅଙ୍ଗନବାଡି କେନ୍ଦ୍ରମାନ ଖୋଲିଛନ୍ତି l ଏହି କେନ୍ଦ୍ର ମାନଙ୍କରେ ୩ ରୁ ୬ ମାସର ଶିଶୁଙ୍କୁ ବିକେନ୍ଦ୍ରି ଯୋଜନାରେ ୬ ଦିନକୁ ୬ ପ୍ରକାର ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ପୋଷାକ,ସୁଇଟର, ଜୋତା ଇତ୍ୟାଦି ଅତ୍ୟାବଶ୍ୟକ ଜିନିଷ ଯୋଗାଇଛନ୍ତି l ସବୁ କେନ୍ଦ୍ରରେ ଶିଶୁଙ୍କ ପ୍ରି ସ୍କୁଲ ଶିକ୍ଷା ପାଇଁ ଜଣେ ଲେଖାଏଁ ଅଙ୍ଗନବାଡି କର୍ମୀ ନିଯୁକ୍ତି କରିଛନ୍ତି।ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ କେନ୍ଦ୍ର ମାନଙ୍କରେ ଚାଉଳ ନ ଥିବାରୁ କେବଳ ସିଝା ଅଣ୍ଡା ଖାଇ ଭୋକରେ ଫେରୁଛନ୍ତି କୋମଳମତି ଶିଶୁ।କେନ୍ଦ୍ର ଅଛି, ପିଲା ଵି ଅଛନ୍ତି, ଅଙ୍ଗନବାଡି କର୍ମୀ ମଧ୍ୟ ରହି ପିଲା ଙ୍କୁ ଶିକ୍ଷା ଦେଉଛନ୍ତି l ହେଲେ ପିଲାଙ୍କ ଖାଇବା ପାଇଁ ଦାନା ନାହିଁ। ଏହାକୁ ନେଇ ଅବିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି l କିଛି ବିଭାଗୀୟ କର୍ମଚାରୀ ଓ ଟ୍ରାନ୍ସପୋର୍ଟିଂ ଏଜେଣ୍ଟଙ୍କ ଖାମଖିଆଲି ନୀତି ଯୋଗୁଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି।ଦୁଇ ମାସ ହେଲା କେନ୍ଦ୍ର ମାନଙ୍କୁ କାହିଁକି ଚାଉଳ ଯୋଗାଣ ହେଉନି, କଣ ଅସୁବିଧା ରହିଛି, ଏହାର ବିକଳ୍ପ ବ୍ୟବସ୍ଥା କଣ ପ୍ରଶାସନ ଦୃଷ୍ଟି ଦେଉ ନାହାନ୍ତି। ତେବେ ଲାଞ୍ଜିଗଡ ବ୍ଲକ ରେ ୨୨୬ ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ୫ ହଜାର ରୁ ଉର୍ଦ୍ଧ ୩ ବର୍ଷରୁ ୬ ବର୍ଷ ଶିଶୁ କେନ୍ଦ୍ରରେ ଶିକ୍ଷା ଗ୍ରହଣ କରୁଛନ୍ତି।ଏସମ୍ପର୍କରେ ଲାଞ୍ଜିଗଡ ବ୍ଲକ ଶିଶୁ ବିକାଶ ଅଧିକାରୀଣି ବିଜୟଶ୍ରୀ ସିଂ ଙ୍କୁ ପଚାରିବାରୁ ସେ ଟ୍ରାନ୍ସପୋର୍ଟିଂ ଏଜେଣ୍ଟ ଅନିଲ ଅଗ୍ରୱାଲଙ୍କୁ ବାରମ୍ବାର ଚାଉଳ ଦେବାପାଇଁ କୁହା ଯାଉଛି ହେଲେ ସେ କର୍ଣ୍ଣପାତ କରୁନାହିଁ।ଏହାକୁ ନେଇ ଜିଲ୍ଲା ଶିଶୁ ବିକାଶ ଅଧିକାରିଣୀ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି ପ୍ରକାଶ କରିଥିଲେ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS