BREAKING
Loading...
:

ମା'ରାମଚଣ୍ଡୀ କପ କ୍ରିକେଟ ଟୁର୍ନାମେଣ୍ଟ:ଇଗଲ ସ୍ପୋଟିଂ ମେଣ୍ଡାଶାଳ ସେମିରେ

 ମା'ରାମଚଣ୍ଡୀ  କପ କ୍ରିକେଟ ଟୁର୍ନାମେଣ୍ଟ:ଇଗଲ ସ୍ପୋଟିଂ ମେଣ୍ଡାଶାଳ  ସେମିରେ 

ବାଙ୍କୀ , 26l1(ମାନସ ରଞ୍ଜନ ସାହୁ ): ରାମଚଣ୍ଡୀ  କ୍ରିକେଟ କ୍ଳବ କୋଡୁଆବେରେଣୀ  ଆନୁକୂଲ୍ୟରେ ଆରମ୍ଭ ହୋଇଥିବା 13ତମ  କ୍ରିକେଟ ଟୁର୍ନାମେଣ୍ଟକୁ ପୂର୍ବତନ ବିଧାୟକ ବେଗୁନିଆ -ବୋଲଗଡ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l  ଟୁର୍ନାମେଣ୍ଟର ପ୍ରଥମ  ଦିବସ  ମ୍ୟାଚରେ ଆଇ ଆର ସି ଭିଲେଜ ଭୁବନେଶ୍ୱରକୁ  ଇଗଲ ସ୍ପୋଟିଂ ମେଣ୍ଢାଶାଲ 45ରନରେ ହରାଇ ସେମି  ଫାଇନାଲ ରେ ପ୍ରବେଶ କରିଛି. ଆଇ ଆର ସି ଭିଲେଜ ଭୁବନେଶ୍ୱର ବନାମ ଇଗଲ ସ୍ପୋଟିଂ ମେଣ୍ଡାଶାଳ ପରସ୍ପର କୁ ଭେଟିଥିଲେ l ଟସ ଜିତି ଭୁବନେଶ୍ୱର  ପ୍ରଥମେ ଫିଲ୍ଡିଂ ପାଇଁ  ନିଷ୍ପତି ନେଇଥିଲା l ପ୍ରଥମେ ବ୍ୟାଟିଂ କରି ମେଣ୍ଡାଶାଳ  ନିର୍ଧାରିତ 20 ଓଭରରେ 5 ଓକେଟ ହରାଇ 216 ରଣ ସଂଗ୍ରହ କରିଥିଲା. ଦଳ ପକ୍ଷରୁ ସାଗର ବେହେରା   ସର୍ବାଧିକ 71 ରନ (43) ସଂଗ୍ରହ କରିଥିଲେ. ଭୁବନେଶ୍ୱର  ଦଳର ଦେବାଶିଷ ବାରିକ  4ଓଭରରେ 40 ରନ ଦେଇ 2 ଟି ସଫଳତା ପାଇଥିଲେ. ଏହାର ଜବାବରେ ଭୁବନେଶ୍ୱର  ଦଳ 18 ଓଭର ରେ ସମସ୍ତ ଓଇକେଟ  ହରାଇ 171 ରନ କରିବାକୁ ସକ୍ଷମ  ହୋଇଥିଲା. ଦଳ ପକ୍ଷରୁ ସୁବ୍ରତ ମହାନ୍ତି  ସର୍ବାଧିକ 62 (26)ରନ ସଂଗ୍ରହ କରିଥିଲେ. ପ୍ରତୀପକ୍ଷ ଦଳର ସାଗର ବେହେରା 4ଟି ସଫଳତା ପାଇଥିଲେ. ଅଲ୍ରାଉଣ୍ଡର  ସଫଳତା ପାଇଁ ସାଗର ବେହେରା  ମ୍ୟାନ ଅଫଦୀ ମ୍ୟାଚ ବିବେଚିତ ହୋଇଥିଲେ. ଆଜିର ମ୍ୟାଚ କୁ ବିନୟ ପାଇକରାୟ  ଏବଂ ଲକ୍ଷ୍ମୀଧର ପ୍ରଧାନ  ପରିଚାଳନା କରିଥିଲା ବେଳେ  ଡିଜିଟାଲ ସ୍କୋରର ସୁଦର୍ଶନ ପ୍ରଧାନ ଏବଂ ବିଶ୍ୱଜିତ ମହାପାତ୍ର ଦାୟିତ୍ୱରେ  ଥିଲେ . ସମାଜସେବୀ  ମାଧବ ଚନ୍ଦ୍ର ଦାସ  କ୍ଳବ ଉପଦେଷ୍ଟା ହଟନାଥ  ସାହୁ ଅତିଥି ଭାବେ ଯୋଗଦେଥିଲେ. ଆସନ୍ତା କାଲିର ମ୍ୟାଚ ଖୋର୍ଦ୍ଧା ଭାଲିଆବାଡ଼ି  ଏବଂ ସତ୍ୟପୀର ସ୍ପୋଟିଂ କାଇପଦର ଟିମ ମଧ୍ୟରେ ଖେଳ  ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବର ସଭାପତି ବିଜୟାନନ୍ଦ   ସାହୁ ସୂଚନା ଦେଇଛନ୍ତି ।

ମଣିଭଦ୍ରା ଖବର,ବାଙ୍କୀ

Post a Comment

Previous Post Next Post
Header ADS