BREAKING
Loading...
:

ଡିଜିଟାଲ ଯୁଗ ରେ ସେମି କଣ୍ଡକ୍ଟର ର ପ୍ରୟୋଗ କରି ବିଶ୍ଵସ୍ତରୀୟ ସମ୍ମାନ ଯୋଗ୍ୟ ଡଃ, ହେମନ୍ତ କୁମାର

 ଡିଜିଟାଲ ଯୁଗ ରେ ସେମି କଣ୍ଡକ୍ଟର ର ପ୍ରୟୋଗ କରି ବିଶ୍ଵସ୍ତରୀୟ ସମ୍ମାନ ଯୋଗ୍ୟ ଡଃ, ହେମନ୍ତ କୁମାର



ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ବିଶ୍ଵବିଖ୍ୟାତ ଯୋର୍ତ୍ତୀବିଦ ପଠାଣି ସାମନ୍ତ ଙ୍କ ଜନ୍ମମାଟି ଖଣ୍ଡପଡ଼ା ରେ ଜନ୍ମ ଗ୍ରହଣ କରିଥିବା ବୈଜ୍ଞାନିକ ଡଃ ହେମନ୍ତ କୁମାର ରାଉତ ଡିଜିଟାଲ ଯୁଗ ରେ ସେମି କଣ୍ଡକ୍ଟର ପ୍ରୟୋଗ ସହ ତାହା ଉପରେ ଅହରହ ଗବେଷଣା ଜାରି ରଖି ବିଶ୍ଵସ୍ତରୀୟ ପ୍ରଶଂ ସିତ ପିଏଚଡ଼ି ଡିଗ୍ରୀ ହାସଲ କରିବା ପରେ ଏବେ ସେ ସୁଦୁର ବେଲଜିୟମ ପ୍ରଦେଶର ଆଈଏମସି ବିଶ୍ଵବିଦ୍ୟାଳୟ ରେ ପ୍ରଫେସର ଭାବେ କାର୍ଯ୍ୟରତ ଜଣାପଡିଛି।ଇଲୋକ୍ଟ୍ରୋନକ୍  ଖେତ୍ର ରେ ସେମି କଣ୍ଡକ୍ଟର ଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। 

ସେହିପରି ସେମି କଣ୍ଡକ୍ଟର ଗୁଡ଼ିକ ଆଧାରକରି ସ୍ମାର୍ଟ ମୋବାଇଲ ଫୋନ ଠାରୁ ଆରମ୍ଭ କରି ଲ୍ୟାପଟପ୍ ଓ ଅନ୍ୟାନ୍ୟ  ଇଲୋକ୍ଟ୍ରୋନିକ୍ ସାମଗ୍ରୀ ଗୁଡ଼ିକ କାର୍ଯ୍ୟକାରୀ କରିଥାଏ। ସେମି କଣ୍ଡକ୍ଟର ଜରିଆରେ ସୈାରଭ ଶକ୍ତି କୁ ବିଦ୍ୟୁତ ଉତ୍ପାଦନ ସମ୍ଭବପର ହେବା ସହ ଅକ୍ଷୟ ସୈାରଭ ଶକ୍ତି ର ସୁବିନିଯୋଗ କ୍ଷେତ୍ର ମଧ୍ୟ ସେମି କଣ୍ଡକ୍ଟର ଗୁଡ଼ିକ ବହୁଳ ବ୍ୟବହାର ସମଗ୍ର ବିଶ୍ୱବାସୀଙ୍କୁ ପ୍ରେରଣା ଅଟେ ବୋଲି ଡଃ, ରାଉତ ମତ ଦେଇଛନ୍ତି। ୧୦ ବର୍ଷ ଧରି ଏହି ସେମି କଣ୍ଡକ୍ଟର ଉପରେ ଗବେଷଣା ଜାରି ରଖି ଥିବା ବେଳେ ଆଗାମୀ ଦିନରେ ଓଡିଶା ରାଜ୍ୟ ରେ ଏହାର ଉତ୍ପତ୍ତିସ୍ଥଳ ହେବାପାଇଁ ଡଃ, ହେମନ୍ତ କୁମାର ରାଉତ ଲକ୍ଷ୍ୟ ରଖିଥିବା ମତ ରଖିଥିଲେ। ଓଡ଼ିଶା ରାଜ୍ୟ ସେମି କଣ୍ଡକ୍ଟର ଉତ୍ପାଦନ କ୍ଷମତା କିଭଳି ସ୍ବାବଲମ୍ବୀ ହୋଇପାରିବ ଆଗାମୀ ଦିନରେ ସେ ପ୍ରଚେଷ୍ଟାଜାରି ରଖିଛନ୍ତି। ଡଃ, ହେମନ୍ତ କୁମାର ରାଉତ ଖଣ୍ଡପଡ଼ା ସହର ର ୩ ନଂୱ।ଡ ବିରଞ୍ଚି ନାରାୟଣ ରାଉତ ପୁତ୍ର ଅଟନ୍ତି ତେଣୁ ଖଣ୍ଡପଡ଼ା ସହର ବାସୀ ସନ୍ତୋଷ ଜନକ ଆନନ୍ଦ ପ୍ରକାଶ ପାଉଛି ଓ ତାଙ୍କର ବାସଭବନ ରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS