BREAKING
Loading...
:

ଖଣ୍ଡପଡ଼ା ବନାଞ୍ଚଳ ପକ୍ଷରୁ ପକ୍ଷୀ ଗଣନା

 ଖଣ୍ଡପଡ଼ା ବନାଞ୍ଚଳ ପକ୍ଷରୁ  ପକ୍ଷୀ ଗଣନା 

ଖଣ୍ଡପଡ଼ା,୧୯,୧(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର), ଖଣ୍ଡପଡ଼ା ବନ୍ୟାଞ୍ଚଳ ପକ୍ଷରୁ ବିଭିନ୍ନ ସ୍ଥାନରୁ ପକ୍ଷୀ ଗଣନା କାର୍ଯ୍ୟ କ୍ରମ କରାଯାଇଥିବା ପ୍ରକାଶ। ଖଣ୍ଡପଡ଼ା ବନାଅଞ୍ଚଳ ଅଧିକାରୀ ଉଦିତ କୁମାର ପ୍ରଧାନ ଙ୍କ ତତ୍ବାବଧାନରେ ବନ୍ୟାଳ ସନାତନ ସ୍ବାଇଁ , ପ୍ରଫୁଲ୍ଲ କୁମାର ନାଏକ ଙ୍କ ସମସ୍ତ ବନ କର୍ମଚାରୀ ସୁନା ମୁଁହି ପରିଵେସ ପ୍ରଜଷ୍ଠନସ୍ଥଳି,ବେଣାଗାଡିଆ ପଞ୍ଚାୟତ ଅଧୀନ ତେନ୍ତୁଳି ଆପଲ୍ଲି ଓ ବରକୋଳି ପାଟ ସହିତ ସିଧା ମୂଳା ଗ୍ରାମର ଜଳାଶୟ କୁ ବହୁ ଦେଶବିଦେଶରୁ ବହୁସଂଖ୍ୟକ ପକ୍ଷୀ ଆସିଥାନ୍ତି । ପ୍ରତି ବର୍ଷ ଏହି ଶିତ ରୂତୁ ରେ ପକ୍ଷୀ ଗଣନା କାର୍ଯ୍ୟ ନିର୍ବାହ କରାଯାଇଥାଏ। ଚଳିତ ବର୍ଷର ବିଭିନ୍ନ ଵଗ୍ରର ପକ୍ଷୀ ହଂସ, ଗେଣ୍ଡାଳିଆ, ପାଣି କୁଆ, ଭଦଭଦଳିଆ, ଧଳା ଵଗବହୁପରିମାଣ ଏବର୍ଷ ଜଳାଶୟ କୁ ଆସିଛନ୍ତି। ତେଣୁ ସମସ୍ତ ଜଳାଶୟ କୁ ମୋଟାମୋଟି ଭାବରେ ୬୦୦୦ ରୁ ଅଧିକ ପକ୍ଷୀ ଆସିଛନ୍ତି। ଜଳାଶୟ ଗୁଡିକର ରକ୍ଷଣା ବେକ୍ଷଣ ପାଇଁ ବନବିଭାଗ ପହଂଚି ଦାୟିତ୍ଵ ତୁଲାଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି ବନବିଭାଗ କିପରି ପକ୍ଷୀ ଗୁଡିକ ସୁରକ୍ଷିତ ଭାବେ ଜଳାଶୟ ଗୁଡିକର ବିତରଣ କରିପାରିବେ ସେଥିପ୍ରତି ବନବିଭାଗ ଦୃଷ୍ଟି ରଖିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS