ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପୁରସ୍କାର ବିତରଣ ଉତ୍ସବ
ଗଣିଆ( ମଣିଭଦ୍ରା ଖବର) ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ପୃଷ୍ଟି ମେମୋରିଆଲ ବାର୍ଷିକ କ୍ରିଡ଼ା ଉତ୍ସବ ବୁଧବାର ଉଦଯାପିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗିରଥି ଜାନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ତଥା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ସରପଞ୍ଚ ମାନସ ମହାଖୁଡ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କୁଳମଣି ରାଉତ, ଧ୍ରୁବ ଚରଣ ରାଉତ , ଦୁର୍ଯ୍ୟୋଧନ ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ପୂର୍ବତନ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଭାବଗ୍ରାହୀ ସ୍ବାଇଁ,ମୋ ସ୍କୁଲ ସଭାପତି ଶ୍ରୀଯୁକ୍ତ ଗୋକୁଳା ନନ୍ଦ ରାଉତ, ପ୍ରଧାନ ଶିକ୍ଷକ ଭାଗୀରଥି ଜାନି , ଶିକ୍ଷକ ଅଜିତ କୁମାର ନାୟକ, ଦେବୀପ୍ରସାଦ ଦାସ, ଲୋପାମୁଦ୍ରା ବେହେରା, ଦୀପକ କୁମାର କୁଅଁର , ଅନିତା ମହାପାତ୍ର, ବିଶ୍ବମ୍ବର ବେହେରା, ବିଶ୍ଵକର୍ମା କହଁର, ମୋନାଲିସା ରାଉତ, ଦଣ୍ଡଧର ରାଉତ ଅନୁପମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଶିକ୍ଷକ ଦୀପକ କୁମାର କୁଅଁର ମଞ୍ଚ ପରିଚାଳନା କରିଥିଲେ । ପିଲାମାନଙ୍କ ମଧ୍ୟରେ ଦୈାଡ, ଲମ୍ବା ଡିଆଁ, ଉଚ୍ଚ ଡିଆଁ,ସଟ୍ ପୁଟ, ମ୍ୟୁଜିକ ଚେୟାର ଆଦି କ୍ରିଡ଼ା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment