BREAKING
Loading...
:

ସାଧାରଣତନ୍ତ୍ର ଦିବସ ପ୍ରଶାସନ ର ପ୍ରସ୍ତୁତି ବୈଠକ

 ସାଧାରଣତନ୍ତ୍ର ଦିବସ ପ୍ରଶାସନ ର ପ୍ରସ୍ତୁତି ବୈଠକ

ସମ୍ବଲପୁର ମଣିଭଦ୍ରା ଖବର ବରପାଲି ତହସିଲଦାର ରୁକ୍ମଣ କୁମାର ମେହେର ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା। ପୂର୍ବ ବର୍ଷ ପ୍ରଶାସନିକ କାର୍ଯ୍ୟକ୍ରମରେ ଅଣ ପ୍ରଶାସନିକ ବ୍ୟକ୍ତିଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ହେlଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତିୟା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଛାତ୍ର ଛାତ୍ରୀଙ୍କ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ଏହି ଅବସରରେ ଆସନ୍ତା ୨୦ ଓ ୨୧ ତାରିଖ ଦିନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ, ବକ୍ତୃତା, ପ୍ରବନ୍ଧ, ଡ୍ରଇଂ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଆଜିର ବୈଠକରେ ବିଡ଼ିଓ ସୁମନ୍ତ କୁମ୍ଭାର, ବ୍ଲକ ଅଧ୍ୟକ୍ଷା ରୀନା ଥଇତ, ନଗରପାଲ ଦିନେଶ ଗହୀର, ଏବିଇଓ ରତ୍ନ କୁମାର ଭୋଇ, ବିଧାୟକ ପ୍ରତିନିଧି ପ୍ରତାପ ସିଂ ଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ର ପ୍ରତିନିଧି ଯୋଗ ଦେଇଥିଲେ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS