ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଫଳ ଖାଦ୍ୟ ପ୍ରସ୍ତୁତ ପ୍ରଦର୍ଶନୀ
ଖଣ୍ଡପଡ଼ା ୨୪,୦୧( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପ୍ରଥମ କରି ଫଳ, ସମସ୍ତ ପରିବା କୁ ନେଇ ଖାଦ୍ୟ ପ୍ରସ୍ତୁତ ପ୍ରଦର୍ଶନୀ ( ଅନ୍ନପୂର୍ଣ୍ଣା) ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଶିଶୁ କବି ତଥା ମୋ ସ୍କୁଲର ଅଧ୍ୟକ୍ଷ କାଶି ନାଥ ଦାସ ମୂଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦର୍ଶନୀ କୁ ଉଦ୍ ଘାଟନ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ୧୯ ଟି ଷ୍ଟଲ୍ ମାଧ୍ୟମରେ
ସୁସ୍ବାଦୁ ଓ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ ପ୍ରଦର୍ଶନୀ ପ୍ରଦର୍ଶିତ କରିଥିଲେ।କେସି ବିଦ୍ୟାପିଠର ଧନ୍ଦାମୂଳକ ଶିକ୍ଷାର ଶିକ୍ଷକ ରାକେଶ କୁମାର ସାହୁ,ଓ ଆଲୋକ କୁମାର ପରିଡ଼ା ବିଚାର ପତି ଭାବେ ଯୋଗଦାନ ଦେଇ ଥିଲେ। ବିଚାର କରମଣ୍ଡଳି ମାନଙ୍କ ଦ୍ବାରା ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର। ସହ ମାନପତ୍ର ପ୍ରଦାନ କରିଥଲେ। ବିଦ୍ୟାଳୟ ର ଧନ୍ଦାମୂଳକ ଶିକ୍ଷକ ବିଶ୍ବମ୍ବର ପ୍ରଧାନ କାର୍ଯ୍ୟ କ୍ରମ ରେ
ସହ ସଂଯୋଜନା କରିଥିଲେ। ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଲିପସା ନନ୍ଦ ପ୍ରତ୍ୟେକ ତତ୍ବାବଧାନରେ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ରେ ବିଷୟରେ ଜାଣିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପଚାରିଥିଲେ। ଏହି ପ୍ରଦର୍ଶନୀ ରେ ସମସ୍ତ ଶିକ୍ଷକମାନେ ସମୂହ ଯୋଗଦାନ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରେରଣା ଦେଇଥିଲେ। ଏହି ଉତ୍ସବ ଟିକୁ ଅନେକ ବୁଦ୍ଧି ମହଲରୁ ପ୍ରଶଂସା ଦେଖିବାକୁ ମିଳିଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق