ଖୋଲା ଆକାଶ ରେ ଉଡୁଥିବା ବେଳେ ମାଞ୍ଜା ଗୁଡି ସୂତା ରେ ଲାଗି ଆହତ ଗରୁଡ ପକ୍ଷୀ ଉଦ୍ଧାର।
ଆଠଗଡ଼ (ମାନସ କୁମାର ସାହୁ) ଆଜି ଆଠଗଡ଼ ବନ ବିଭାଗ ପକ୍ଷରୁ ଚମ୍ପିଆ ତ୍ରିନାଥ ମନ୍ଦିର ନିକଟ ରୁ ଗୋଟିଏ ଗରୁଡ ପକ୍ଷୀ ଉଦ୍ଧାର କରା ଯାଇଛି। ପକ୍ଷୀ ଟି ଖୋଲା ଆକାଶ ରେ ଉଡୁଥିବେ ବେଳେ ମାଞ୍ଜା ଗୁଡି ସୂତା ରେ ଗୁଡାଇ ହୋଇ ଆହତ ହୋଇ ତ୍ରିନାଥ ମନ୍ଦିର ନିକଟ ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଆଠଗଡ଼ ବନାଞ୍ଚଳ ର ବନପାଳ ସବିତା ରାଉତ ଏବଂ ତାଙ୍କର ଟିମ୍ ଯାଇ ପକ୍ଷୀଟିକୁ ଉଦ୍ଧାର କରିଥିଲେ।
ଆଠଗଡ଼ ପଶୁ ଚିକିତ୍ସାଳୟରେ ତାର ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି। ଗରୁଡ଼ ପକ୍ଷୀ ଟିର ବୟସ ଆନୁମାନିକ ୩ ବର୍ଷ ହୋଇଥିବା ବେଳେ ଓଜନ ୩ କେଜି ହୋଇ ଥିବା ଜଣାପଡିଛି। ସରକାର ଏହି ମାଞା ସୂତା କୁ ବ୍ୟାନ କରିଥିବା ବେଳେ କିଛି ଅସାମାଜିକ ଯୁବକ ନିଜର ସଉକ ପାଇଁ ନିରିହ ଜୀବନ ପଶୁପକ୍ଷୀ ଓ ମଣିଷ ଙ୍କ ଜୀବନ ବାଜିର ଲାଗୁଛି ଦେଖିବାକୁ ବାକି ରହିଲା କେବେ ଏପରି ମାଞା ସୂତା ବ୍ୟବହାର କେବେ ବନ୍ଦ କରାଯାଉଛି।
କଟକ ରୁ ମାନସ ସାହୁଙ୍କ ରିପୋର୍ଟ ମଣିଭଦ୍ରା ଖବର



إرسال تعليق