BREAKING
Loading...
:

ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ

 ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ 

କଟକ (ମଣିଭଦ୍ରା ଖବର) ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ଏହା ପଛରେ କିଏ ଅଛି କହିଲେ DCP। ରସୁଲଗଡ଼ରେ ବୁଧବାର ସକାଳେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି।ବିଚ୍ ରାସ୍ତାରେ ଯୁବକଙ୍କୁ କରାଯାଇଥିଲା ବିଭତ୍ସ ଭାବେ ହତ୍ୟା । ରସୁଲଗଡ଼ ପ୍ଲାଏଓଭରେ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ନାରଙ୍ଗି ରଙ୍ଗର ସ୍କୁଟି ଏବଂ ହେଲମେଟ୍ ପଡ଼ିଥିଲା ।ପ୍ରାଣହରାଇଥିବା ଯୁବକଜଣକ ହେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ।ନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ।

ମଣିଭଦ୍ରା ଖବର, କଟକ 

Post a Comment

أحدث أقدم
Header ADS