ଦୁଲୁକୁଚି ଧନୁଯାତ୍ରା
କଟକ (ମଣିଭଦ୍ରା ଖବର) ଗୋଟିଏ ପଟେ କୃଷ୍ଣଙ୍କ ବାଳସୁଲଭ ଚପଳତା, ଅନ୍ୟପଟେ ମାଆ ଯଶୋଦାଙ୍କ ଆକଟ। ନନ୍ଦରାଜାଙ୍କ ଘରେ ହାଣ୍ଡି ହାଣ୍ଡି ସର-ଲବଣୀ ଥିଲେ ବି ଗୋପ ବାଳକଙ୍କ ସହ ମିଶି ଚୋରେଇ ଖାଇବାରେ ଧୁରନ୍ଧର କାହ୍ନା। ପୁଣି କେତେବେଳେ ଗୋପୀମାନଙ୍କୁ ନାନାପ୍ରକାରେ ହଇରାଣ କରିବାକୁ ଭଲ ପାଆନ୍ତି ନଟିଆ ନାଗର। ବରଗଡ଼ ଧନୁଯାତ୍ରାରେ ଗୋପପୁରରେ କୃଷ୍ଣ ଏବଂ ଗୋପ ବାଳକମାନଙ୍କ ଚଞ୍ଚଳତାକୁ ନେଇ ଜୀବନ୍ତ ହୋଇ ଉଠିଛି ଦ୍ୱାପର ଯୁଗର ଏହି ନାଟକ।*
*ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ମହାରାଜ କଂସଙ୍କ ନଗର ଭ୍ରମଣ। ପାରିଷଦବର୍ଗଙ୍କୁ ସାଙ୍ଗରେ ନେଇ ହାତୀପିଠିରେ ବସି ନଗର ଭ୍ରମଣର ଦୃଶ୍ୟକୁ ଦେଖିବା ପାଇଁ ଲୋକଙ୍କ ଭିତରେ ବିଶେଷ ଉତ୍ସାହ ଭରି ରହିଥାଏ। ଏଭଳି ଚିତ୍ର ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିନରେ ଦେଖିବାକୁ ମିଳିଥିଲା। ମହାରାଜ କଂସ ନଗର ଭ୍ରମଣ କରୁଥିବା ବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।*
*ମହାରାଜ କଂସ ଗାନ୍ଧୀ ଛକ, ଘରୋଇ ବସଷ୍ଟାଣ୍ଡ, ବ୍ରହ୍ମଚାରୀ ଓ କେନାଲ ରୋଡ୍ ଦେଇ ରଙ୍ଗମହଲକୁ ଆସିଥିଲେ। ବ୍ରହ୍ମଚାରୀଠାରେ ମଥୁରା ନରେଶ କଂସଙ୍କ ପାଇଁ ଏକ ଭବ୍ୟ ନୃତ୍ୟ, ସଙ୍ଗୀତ ଆୟୋଜନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଲୋକେ କଂସ ମହାରାଜଙ୍କୁ ସମ୍ବର୍ଦ୍ଧିତ କରିଥିଲେ।*
*ଷଷ୍ଠ ଦିନରେ ପହଞ୍ଚିଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆଜି ମହାରାଜ କଂସଙ୍କ ନଗର ଭ୍ରମଣ ବେଳେ ଏକ ନାଟକୀୟ ଦୃଶ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ଡି ଡି ଗୋୟଲ୍ ଧର୍ମଶାଳାରୁ ହାତୀପିଠିରେ ବସି ରଙ୍ଗମହଲ ଅଭିମୁଖେ ଆସୁଥିବା କଂସ ମହାରାଜ ବରଗଡ଼ ସହରର ୟୁକୋ ବ୍ୟାଙ୍କ ଶାଖାକୁ ଯାଇଥିଲେ। ସ୍ଥାନୀୟ ଚାଷୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ୠଣ ଯୋଜନାରୁ କିପରି ଲାଭ ପାଇପାରିବେ ତା’ ଉପରେ ଧ୍ୟାନ ଦେବାକୁ ବ୍ୟାଙ୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମାନସ କୁମାର ସାହୁ, କଟକ
إرسال تعليق