ମାଝିପାଟଣା ଗ୍ରାମର ଅଧିଷ୍ଠିତ ଦେବୀ ମା ପିତାବଳୀ ଦେବୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ
କଟକ(ମାନସ କୁମାର ସାହୁ) ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଗୋପପୁର ଗ୍ରାମପଞ୍ଚାୟତର ମାଝିପାଟଣା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଆ ପିତାବଳୀ ଦେବୀଙ୍କର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ଏଥିରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ମାନସିକ ଧାରି ଯୋଗ ଦେଇଥିଲେ। ସକାଳ ସମୟରେ କଳସି ଶୋଭାଯାତ୍ରା ହେବା ସହ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ମାଝିପାଟଣା ଗ୍ରାମର ସମସ୍ତ ଗ୍ରାମବାସୀ ଏହି ବିଶ୍ଵଶାନ୍ତି ମହାଯଜ୍ଞ ର ଆୟୋଜନ କରିଥିଲେ। ମାଆ ପିତାବଳୀ ଦେବୀଙ୍କ ବାର୍ଷିକ ଉତ୍ସବ ରେ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଯୋଗଦାନ କରିଥିବା ବେଳେ ବଡ଼ମ୍ବା ପଞ୍ଚାୟତ ସମିତିର ଅଧ୍ୟକ୍ଷ ରଘୁପତି ମହାନ୍ତି, ୩୦ ନମ୍ବର ଜୋନ ଜିଲ୍ଲାପରିଷଦ ରବୀନ୍ଦ୍ର କୁମାର ସାହୁ, ବିଜେପି ନେତା ବିଭୁଦତ୍ତ ପଟ୍ଟନାୟକଙ୍କ ସହ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ବିଶେଷ ମାଆ ପିତାବଳୀଙ୍କ ଆଶିର୍ବାଦ ଭାଇ ପାଇଁ ବିଶ୍ଵଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।।
ମଣିଭଦ୍ରା ଖବର,କଟକ
إرسال تعليق