BREAKING
Loading...
:

ଉନ୍ନତମାନର ଖାଦ୍ୟ ପ୍ରସ୍ତୁତ ନେଇ ପାଚିକା ଓ ସାହାୟିକା ମାନଙ୍କୁ ନେଇ ପ୍ରଶିକ୍ଷଣ ପ୍ରଦାନ

 ଉନ୍ନତମାନର ଖାଦ୍ୟ ପ୍ରସ୍ତୁତ ନେଇ ପାଚିକା ଓ ସାହାୟିକା ମାନଙ୍କୁ ନେଇ ପ୍ରଶିକ୍ଷଣ ପ୍ରଦାନ 

ଖଣ୍ଡପଡ଼ା ୨,୧,୨୦୨୫( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ବିଦ୍ୟାଳୟ ଗୁଡିକ ରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ  ଦାୟୀତ୍ଵ ରେ ଥିବା ପାଚିକା ଓ ସହାୟିକା ମାନଙ୍କୁ ନେଇ ପିଏମ ପୋଷଣ ଯୋଜନା ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଖଣ୍ଡପଡ଼ା ବ୍ଲକ ଅଧିନରେ ୫ ଟି ବିଦ୍ୟାଳୟ ରେ ୩ ଦିନ ଧରି ଆୟୋଜିତ ପ୍ରଶିକ୍ଷଣ ଶିବିର ୨୪୨ ଜଣ ପାଚିକା ଓ ସହାୟିକା ମାନଙ୍କୁ ଉନ୍ନତ ମାନର ଖାଦ୍ୟ ପ୍ରସ୍ତୁତ ସହ ଖାଦ୍ୟ ପ୍ରସ୍ତୁତ ବେଳେ ସ୍ଵଚ୍ଛତା ଅବଲମ୍ବନ କରିବା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଥିଲା। ଖଣ୍ଡପଡ଼ା ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର କର ପ୍ରତ୍ୟେକ୍ଷ ତତ୍ବାବଧାନରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଥିଲା। ନୋଡାଲ ଅଧିକାରୀ ଭାବେ ଏଵିଇଓ କଳିଙ୍ଗ ଚନ୍ଦ୍ର ନାୟକ ଶିବିରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରି ଥିଲେ।ଏଅବସର ରେ ପାଚିକା ଓ ସହାୟିକାଙ୍କ ଦ୍ବାରା ମାଣ୍ଡିଆ ରୁ ପ୍ରସ୍ତୁତ ସୁସ୍ଵାଦୁ ଜଳଖିଆ କୁ ନେଇ ଏକ ରନ୍ଧନ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିବା ପ୍ରତି  ଯୋଗି ଙ୍କ ମଧ୍ୟରୁ ୧୦ ଜଣ ବିଚାରକ ମଣ୍ଡଳୀ ଦ୍ବାରା ବ୍ଲକ ସ୍ତରରେ ଆୟୋଜିତ ହେବାକୁଥିବା ରନ୍ଧନ ପ୍ରତି ଯୋଗିତା ଙ୍କୁ ମନୋନୀତ ହୋଇଥିଲେ ଜଣାପଡିଛି। ପ୍ରଶିକ୍ଷଣ ଶିବିର ରେ ସମସ୍ତ ଙ୍କୁ ଆଫ୍ରୋନ,ଟୋପି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା। ଆଗାମୀ ଦିନରେ ବ୍ଲକ ସ୍ତରରେ ଆୟୋଜିତ ହେବାକୁଥିବା ରନ୍ଧନ ପ୍ରତି ଯୋଗିତା ରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗିତା ଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଖଣ୍ଡପଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS