BREAKING
Loading...
:

୧୩ ତମ ମା'ରାମଚଣ୍ଡୀ କପ କ୍ରିକେଟ ଟୁର୍ନାମେଣ୍ଟ:ଅଟ୍ରି ସେମିରେ

 ୧୩ ତମ ମା'ରାମଚଣ୍ଡୀ  କପ କ୍ରିକେଟ ଟୁର୍ନାମେଣ୍ଟ:ଅଟ୍ରି  ସେମିରେ 

ବାଙ୍କୀ (ମାନସ ରଞ୍ଜନ ସାହୁ ):ମା ' ରାମଚଣ୍ଡୀ  କ୍ରିକେଟ କ୍ଳବ କୋଦୁଅବେରେଣୀ  ଆନୁକୂଲ୍ୟରେ  13ତମ  କ୍ରିକେଟ  ଟୁର୍ନାମେଣ୍ଟର ତୃତୀୟ  ଦିବସ  ମ୍ୟାଚରେ ଢେଙ୍କାନାଳ ଦଳକୁ  ଅଟ୍ରି ବାଘମାରୀ ଦଳ 4 wiକେଟ ରେ ପରାସ୍ତ କରି ସେମି  ଫାଇନାଲ ରେ ପ୍ରବେଶ କରିଛି l ଢେଙ୍କାନାଳ , ଅଟ୍ରି ପରସ୍ପର କୁ ମୁହାଁମୁହିଁ ଭେଟିଥିଲେ l ଟସ ଜିତି ଢେଙ୍କାନାଳ ଦଳ ପ୍ରଥମେ  ବ୍ୟାଟିଂ କରି ନିର୍ଧାରିତ 20 ଓଭରରେ 8 ଓକେଟ ହରାଇ 247 ରନ ସଂଗ୍ରହ କରିଥିଲା. ଦଳ ପକ୍ଷରୁ ଅନିଲ ରାଉତ ସର୍ବାଧିକ 86 ରନ (38) ସଂଗ୍ରହ କରିଥିଲେ. ଏମ ଡି ସୁଲେମାନ 74(29)ସଂଗ୍ରହ କରିଥିଲେ l ଅଟ୍ରି   ଦଳର ସନ୍ତୋଷ ପରିଡା 4 ଓଭରରେ 38 ରନ ଦେଇ 2 ଟି ସଫଳତା ପାଇଥିଲେ. ଏହାର ଜବାବରେ ଅଟ୍ରି  ଦଳ 19 ଓଭର ରେ 6 ଓଇକେଟ  ହରାଇ 250 ରନ କରି ବିଜୟୀ ହୋଇଥିଲା. ଦଳ ପକ୍ଷରୁ ସଂଗ୍ରାମ ମାଝୀ ସର୍ବାଧିକ 73 (21)ରନ,ପ୍ରଦୀପ ରାଉତ 66(19)ସଂଗ୍ରହ କରିଥିଲେ. ପ୍ରତୀପକ୍ଷ ଦଳର ବିକାଶ ରାଉତ 4ଓଭର ବୋଲିଂ କରି52 ରନ ଦେଇ 3ଟି ସଫଳତା ପାଇଥିଲେ. ଅଲ୍ରାଉଣ୍ଡର  ପ୍ରଦର୍ଶନ ପାଇଁ ସଂଗ୍ରାମ ମାଝୀ ମ୍ୟାନ ଅଫଦୀ ମ୍ୟାଚ ପୁରସ୍କୃତ ହୋଇଥିଲେ. ଜୀବନ ଜ୍ୟୋତି କ୍ରିକେଟ କ୍ଳବର ସଭାପତି ନରେଶ କୁମାର ସାହୁ, ଯୁବ ସମାଜସେବୀ ମନୋଜ ମହାପାତ୍ର ଆଜିକାର ଅତିଥି ଥିଲେ l ଆଜିର ମ୍ୟାଚ କୁ ବିନୟ ପାଇକରାୟ  ଏବଂ ଲକ୍ଷ୍ମୀଧର ପ୍ରଧାନ  ପରିଚାଳନା କରିଥିଲା ବେଳେ  ଡିଜିଟାଲ ସ୍କୋରର ସୁଦର୍ଶନ ପ୍ରଧାନ ଏବଂ ବିଶ୍ୱଜିତ ମହାପାତ୍ର, ଘୋଷକ ଯୁବ କ୍ରୀଡା ସଂଯୋଜକ ସୁଧୀରଞ୍ଜନ ପଣ୍ଡା ଦାୟିତ୍ୱରେ  ଥିଲେ .  ଆସନ୍ତା କାଲି ବୁଧବାରର ମ୍ୟାଚ ମଞ୍ଚେଶ୍ୱର ଭୁବନେଶ୍ୱର ଟିମ ସହ କୁମାରବସ୍ତ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଳବର ସଭାପତି ବିଜୟାନନ୍ଦ ସାହୁ ଜଣାଇଛନ୍ତି l

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS