BREAKING
Loading...
:

ମଦ ଜବତ କଲା ଅବକାରୀ ବିଭାଗ

   ମଦ ଜବତ କଲା ଅବକାରୀ ବିଭାଗ 

ନୟାଗଡ଼ (ରୀନା ସାହୁ) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ରେଞ୍ଜ ନିରୀକ୍ଷକ ରାଧାକାନ୍ତ ଭୋଇ ଓ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ମିଳିତ ଆନୁକୂଲ୍ୟରେ 


  ଅବକାରୀ ବିଭାଗ ତରଫରୁ ବାଲୁଗାଁ ବାଣପୁର ଅଞ୍ଚଳର  ଭିନ୍ନ ଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଇଥିଲା   । ଚଢ଼ାଉ ସମୟରେ   ବାଣପୁର ଅଞ୍ଚଳରୁ ଦେଶୀ ମହୁଲି ମଦ ଜବତ   ହେବା ସହିତ ଦୁଇ ଜଣ ବେପାରୀଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ବେଳେ l  ବାଲୁଗାଁ ଥାନା ଅନ୍ତର୍ଗତ ବଡକୁଳ ପାନ୍ଥନିବାସ ରୋଡ଼ ନିକଟରୁ ବିଦେଶୀ ଓ ଦେଶୀ ଆସ୍କା ଫଟି ମଦ ଜବତ କରିବା ସହିତ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ   ।  ତେବେ ସେମାନଙ୍କ ଠାରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଥିବା ବେଳେ l ଘଟଣା ସ୍ଥଳରୁ ୩ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଥିବା ବେଳେ l ସେମାନଙ୍କ ନାମରେ ତିନୋଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି  l

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS