ଇଟାଭାଟିରେ ଶିଶୁ ଯତ୍ନ ଓ ଶିକ୍ଷଣ କେନ୍ଦ୍ର ଉଦଘାଟିତ l
ଭୁବନେଶ୍ୱର (ମଣିଭଦ୍ରା ଖବର) କୁକୁଡାଖଣ୍ଡି ବ୍ଲକ ଅନ୍ତରର୍ଗତ ଜୁଗୁଡ଼ି ଗ୍ରାମରେ ଥିବା ଜି.ବି.ଆଇ.ବି ଇଟାଭାଟି ରେ କାଯ୍ୟରତ ପ୍ରଭାସି ଶ୍ରମିକ ମାନଙ୍କ ସହିତ ଆସିଥିବା ତାଙ୍କ ଛୋଟ ବଡ଼ ଶିଶୁ ମାନେ ନିଜ ମୌଳିକ ଅଧିକାର ବା ଶିକ୍ଷାରୁ ବଞ୍ଚିତ ନ ହେବା ପାଈଁ ଏକ ସେବା ସଂସ୍ଥା ଏ.ଆଇ ଡ଼ି.ଇ -ଇଟ -ଆକ୍ସନ ଓ ଇଟାଭାଟି ମାଲିକ ମାନଙ୍କ ସହଯୋଗରେ ପ୍ରତି ଇଟାଭାଟିରେ ପିଲାମାନଙ୍କ ଶିକ୍ଷା ନିମନ୍ତେ ଏମିତି ପ୍ରୟାସ କରିବା ଉଚିତ ବୋଲି ସାଉଥ ଓଡିଶା ଏଜୁକେସନ ଓ ମାଇଗ୍ରେସନ ଡାଇରେକ୍ଟର ଉମି ଦାମିୟନ କହିଥିଲେ l ଏଥିରେ ଅତିଥି ଭାବେ ଡିଭିଜନାଲ ଲେବର କମିଶନର ବାବୁ ଚରଣ ପାତ୍ର ଯୋଗଦେଇଥିବା ବେଳେ ପୋଗ୍ରାମିଙ୍ଗ ମ୍ୟାନେଜର ସୋରଜ କୁମାର ବାରିକ,ଜିଲ୍ଲା କୋଡିନେଟର ଦୀପକ ରଞ୍ଜନ ପଣ୍ଡା,ବ୍ଲକ କୋ୍ଡିନେଟର କ୍ରିଷ୍ଣା ପ୍ରସାଦ ପ୍ରଧାନ,ଶିକ୍ଷୟତ୍ରୀ ସୁନନ୍ଦା ବାରିକ,ରଞ୍ଜୁଲତା ଦାସ,ଇଟାଭାଟି ମାଲିକ ବେଙ୍ଗଲ ରାଓ,ଗୁରୁବାବୁ ପ୍ରମୁଖ ଉପସ୍ଥିତ ଥିବାବେଳେ ସେଠାରେ ଥିବା ଛୋଟ ବଡ଼ 30 ଜଣ ପିଲାଙ୍କ ଉଜ୍ବଳ ଭବିଷ୍ୟତ ଓ ଶିକ୍ଷାର ବିକାଶ ପାଈଁ ସରକାରଙ୍କ ଦୃଷ୍ଟି ଆର୍କସଣ କରାଯିବ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ l ଇଟାଭାଟି ମାଲିକ ଗୁରୁବାବୁ ଙ୍କ ଏମିତି ଏକ ନିଆରା ପ୍ରୟାସ ପାଈଁ ସହଯୋଗ କରିଥିବାରୁ ଉପସ୍ଥିତ ଅତିଥି ମାନେ ଧନ୍ୟବାଦ ଜଣାଇଥିଲେ l
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment