BREAKING
Loading...
:

ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ୍

 ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ୍ 

ଗଣିଆ ( ମଣିଭଦ୍ରା ଖବର) ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି କାୟାକଳ୍ପ ଟିମ୍ । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସେମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସେମାନେ ପରିବେଶ ପରିସ୍କାରକୁ ଗୁରୁତ୍ବ ଦେବା ସହିତ ରୋଗୀ ମାନଙ୍କ ସହିତ ଆଲୋଚନା କରିଥିଲେ । 

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହିତ ଆଲୋଚନା କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ । ଏପରିକି ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ । ଏହି ଟିମରେ ଡ଼ଃ. ସନ୍ଦୀପନା ପତି, ପରାମର୍ଶଦାତା ସନ୍ଧ୍ୟାରାଣୀ ରାଉତ,ଡଃ. ରଶ୍ମି ଦାସ ପ୍ରମୁଖ ଆସିଥିବା ବେଳେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ,ସମସ୍ତ ଡାକ୍ତର ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS