ଏଡିଓ ସଂଘର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦ୍ବିତିକେଶର ପ୍ରାଙ୍ଗଣରେ ଏଡିଓ ସଂଘର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଏଡିଇଓ ସଂଘର ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ସଂଗଠନକୁ ସୁଦୃଢ କରିବା ପାଇଁ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ପ୍ରତ୍ୟେକ ବର୍ଷ ସଂଘ ପ୍ରେମୀ ଦିବସ ରୂପେ ପାଳନ କରିବାକୁ ଜିଲ୍ଲା ମୁଖ୍ୟ ଉପଦେଷ୍ଟା ବାଦଲ କୁମାର ଷଡ଼ଙ୍ଗୀ ପ୍ରସ୍ତାବ ଦେଇଥିଲେ ।
ସଂଘର ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା କଲେ ଆଗାମୀ ଦିନରେ ସଂଘ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ବୋଲି ରାଜ୍ୟ ସଭାପତି ପ୍ରଭାତ କୁମାର ତିଓ୍ବାରୀ ପ୍ରକାଶ କରିଥିଲେ । ରାଜ୍ୟ ସଂଗଠନ ସମ୍ପାଦକ ଅଜୟ କୁମାର ଜେନା,ଉପ ସଭାପତି ସୁରେଶ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଦେବାଶିଷ ରାଉତ,ପୁରୀ ଜିଲ୍ଲା ସଭାପତି ଜଗବନ୍ଧୁ ଦଳେଇ, ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଜିଲ୍ଲା କୋଷାଧ୍ୟକ୍ଷ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق