ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟ ଙ୍କ ଛତୁ ଫାର୍ମ ପରିଦର୍ଶନ।
ଖଣ୍ଡପଡ଼ା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କର ମିଶନ ଶକ୍ତି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ଛତୁ ମିଶନ ଜରୀଆରେ ଖଣ୍ଡପଡ଼ା, ଦଶପଲ୍ଲା, ଗଣିଆ, ଭାପୁର ୪ ଟି ବ୍ଲକ ରେ ମିଶନ ଶକ୍ତି ମହୀଳା ଗୋଷ୍ଠୀ ସଦସ୍ୟ ଙ୍କ ମଧ୍ୟରୁ ୧୬ ଜଣ ମହିଳାଙ୍କୁ ପୁରୀ ଜିଲ୍ଲାର ଦାଣ୍ଡ ମୁକୁନ୍ଦପୁର ଛତୁ ଫାର୍ମ ଗୁଡ଼ିକ ପରିଦର୍ଶନ କରି ଛତୁ ଚାଷୀ ମାନଙ୍କ ସହ ଯୋଗାଯୋଗ କରି ଛତୁ ଫାର୍ମ ପରିଦର୍ଶନ କରି ଛତୁ ଚାଷକରିବା ପ୍ରଣାଳୀ ବୁଝି ପଚାରିଥିଲେ ଲାଭ ଦାୟକ ଅଟେ ସେଥିରୁ ବେଶ ଲାଭବାନ ହେବେ। ଖଣ୍ଡପଡ଼ା ଉଦ୍ୟାନ କୃଷି ବିଭାଗ ଅଧିକାରୀ କାଳନ୍ଦୀ ଚରଣ ବାରିକ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ମହିଳା ମାନେ ଛତୁ ଫାର୍ମ ପରିଦର୍ଶନ କରି ଥିଲେ। ଏହି ମହିଳା ସଦସ୍ୟ ମାନଙ୍କୁ ଖୁବ୍ ଶୀଘ୍ର ଖଣ୍ଡପଡ଼ା କୃଷୀ ଉଦ୍ୟାନ ତରଫରୁ ଛତୁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ଛତୁ ଚାଷ ସମ୍ବନ୍ଧ ରେ ତାଲିମ ଦିଆଯିବ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق